କନକ ବ୍ୟୁରୋ : ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ସ୍ଥାପନ ହେବାକୁ ଯାଉଛି । ନିଜସ୍ୱ ଅନ୍ତର୍ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ ର ପରୀକ୍ଷଣ କରିବ । ଯାହାର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ । ପ୍ରାୟ ୨ ବର୍ଷର ବ୍ୟବଧାନ ପରେ କ୍ଷେପଣାସ୍ତ୍ର ଅଗ୍ନି-୫ ର ପରୀକ୍ଷଣ ହେବାକୁ ଯାଇଛି ।

Advertisment

ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁୟାରୀରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି । ବିଶେଷ କରି ଅଗ୍ନୀ-୫ ଚୀନକୁ ଜଗିବ । ଏହା ଉତ୍ତର ଚୀନ ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସକ୍ଷମ ହେବ । ତେଣୁ ଏହାକୁ ଭାରତର ସୁରକ୍ଷା କବଚ କୁହାଯାଉଛି । ୧ ହଜାର ଟନ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।