କନକ ବ୍ୟୁରୋ : ଚଳିତବର୍ଷ ମୌସୁମୀ ବର୍ଷା ସାଧାରଣଠାରୁ ଟିକେ କମ୍ ହୋଇପାରେ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି । ସ୍ୱାଭାବିକ ବୃଷ୍ଟିପାତଠାରୁ ପରିମାଣ କମ ରହିବ । ମୌସୁମୀ ବାୟୁ ଦୀର୍ଘ ସମୟ ଧରି ସକ୍ରିୟ ରହିଲେ ମଧ୍ୟ ଏହା ସ୍ୱାଭାବିକ ମୌସୁମୀ ବର୍ଷାଠାରୁୁ କମ୍ ପରିମାଣର ବୃଷ୍ଟିପାତ କରାଇବ ବୋଲି ଆକଳନ କରାଯାଇଛି ।
/kanak/media/post_attachments/wp-content/uploads/2018/05/monsoon-6-6-6013-300x152.jpg)
ସ୍କାଏମେଟ୍ ଆକଳନ ଅନୁସାରେ ଚଳିତବର୍ଷ ଦେଶରେ ସ୍ୱାଭାବିକ ବୃଷ୍ଟିପାତଠାରୁ ବୃଷ୍ଟିପାତର ପରିମାଣ କମ୍ ରହିବା ସହ ଏହା ମୁଖ୍ୟତଃ ୯୦ରୁ ୯୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । କମ୍ ମୌସୁମୀ ବୃଷ୍ଟିପାତର କାରଣ ଦର୍ଶାଇବାକୁ ଯାଇ ସ୍କାଏମେଟ୍ କହିଛି ଚଳିତବର୍ଷ ଭାରତରେ ମୌସୁମୀ ଏଲ୍-ଲିନୋ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବ । ଯାହାଫଳରେ ମୌସୁମୀ ବାୟୁ ଓ ମୌସୁମୀ ପ୍ରଭାବ ଯଦିଓ ଦେଶରେ ଲମ୍ବା ସମୟ ପର୍ୟ୍ୟନ୍ତ ମୌସୁମୀ ପ୍ରବାହ ସକ୍ରିୟ ରହିବ ତେବେ ଏହା ଶତ ପ୍ରତିଶତ ବୃଷ୍ଟିପାତ କରାଇବାରେ ସକ୍ଷମ ହେବ ନାହିଁ ।
/kanak/media/post_attachments/wp-content/uploads/2017/09/monsoon-300x225.jpg)
oneindia.com