ଆଜି ବି ଚୀନ ଉପରେ ନିର୍ଭରଶୀଳ ଭାରତ : ଔଷଧ ପ୍ରସ୍ତୁତି ପାଇଁ ପଡ଼ୋଶୀ ଦେଶରୁ ଆସୁଛି ୬୭ ପ୍ରତିଶତ କଞ୍ଚାମାଲ୍

145

କନକ ବ୍ୟୁରୋ : ଗୋଟିଏ ପଟେ ଚୀନ ସାମଗ୍ରୀ ବ୍ୟାନ କରିବା ପାଇଁ ଦେଶରେ ନାରା ଦିଆଯାଉଛି । ହେଲେ ଚୀନର ଦାସତ୍ୱରୁ ମୁକ୍ତି ପାଇପାରୁନି ଦେଶ । ଆଜି ବି ଭାତର ଚୀନ ଉପରେ ନିର୍ଭରଶୀଳ । ଦେଶରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଚୀନ ଉପରେ ନିର୍ଭର କରୁଛି ଭାରତ । ଭାରତ ପାଇଁ ପାଖାପାଖି ୬୭ ପ୍ରତିଶତ ଔଷଧ ଚୀନରୁ ଆସେ । ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନରେ ସରକାର ନିଜେ ଏକଥା ସ୍ୱୀକାର କରିଛନ୍ତି । ଚୀନରୁ ଆସୁଥିବା ଔଷଧ ଏବଂ ଔଷଧ ତିଆରି ପାଇଁ କଞ୍ଚାମାଲ ଆମାଦାନୀର ତାଲିକା ଜାରି କରିଛନ୍ତି କେନ୍ଦ୍ର ସରକାର ।

୨୦୧୬-୧୭ରେ ଭାରତକୁ ୨୭୩୮.୪୬ ମିଲିୟନ ଡଲାରର ଔଷଧ ଆମଦାନୀ ହୋଇଥିଲା । ଯେଉଁଥିରେ ୬୬.୬୯ ପ୍ରତିଶତ ଅର୍ଥାତ ୧୮୨୬.୩୪ ଡଲାର ମୁଲ୍ୟର ଔଷଧ କେବଳ ଚୀନରୁ ଆମାଦାନୀ ହୋଇଥିଲା । ସେହିପରି ୨୦୧୭-୧୮ରେ ପାଖାପାଖି ୬୮.୬୮ ପ୍ରତିଶତ ଔଷଧ ଆମଦାନୀ ହୋଇଥିଲା । ୨୦୧୮-୧୯ରେ ଚୀନ ଠାରୁ ୬୭.୫୬ ପ୍ରତିଶତ ଅର୍ଥାତ ୨୪୦୫ ପ୍ରତିଶତ ଭାରତ ଆମଦାନୀ ହୋଇଥିଲା । ଏଥିରୁ ସ୍ପଷ୍ଟ ହେଉଛି ଭାରତ ଚୀନ ଉପରେ ଔଷଧ ପାଇଁ ଅଧିକ ନିର୍ଭରଶୀଳ କହିଲେ ଅତ୍ୟୁକ୍ତି ହେବନାହିଁ ।

ଖୁବ ଶୀଘ୍ର ଆମଦାନୀ ହେଉଥିବା ଔଷଧର କମିବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି ସରକାର । ଭାରତୀୟ ଫାର୍ମା ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଲଗାତାର ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟ ଉପରେ ଔଷଧ ପାଇଁ ନିର୍ଭରଶୀଳ ନହେବା ପାଇଁ ବିଭିନ୍ନ ଯୋଜନାମାନ ଆଣୁଛନ୍ତି ସରକାର । ଏହାବ୍ୟତୀତ ଘରୋଇ ଔଷଧ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର ।