ସଫଳ ହେଲା ଭାରତର ପ୍ରୟାସ ! ଚୀନରେ ବଢ଼ୁଛି ଭାରତୀୟ ଅଙ୍ଗୁରର ଚାହିଦା

196

କନକ ବ୍ୟୁରୋ : ଚୀନ୍‌ରେ ଏକ ବଡ଼ ଫଳ ବଜାର ରହିଛି । ବିଶେଷକରି ଅଙ୍ଗୁରର ଚାହିଦା ଅଧିକ । ଭାରତ ଚୀନ ବଜାରକୁ ୨୦୧୬ରେ ୩.୫ ନିୟୁତ ଡଲାର ଅଙ୍ଗୁର ରପ୍ତାନି କରିଥିବାବେଳେ ୨୦୧୭ରେ ଏହା ୬.୭ ନିୟୁତ ଡଲାରକୁ ବୃଦ୍ଧି ପାଇଛି । ଚୀନ ବର୍ଷକୁ ପ୍ରାୟ ୬୩୦ ନିୟୁତ ଡଲାରର ଅଙ୍ଗୁର ରପ୍ତାନି କରିଥାଏ । ତେଣୁ ଚୀନକୁ ଭାରତ ରପ୍ତାନି କରୁଥିବା ଅଙ୍ଗୁରର ପରିମାଣ ମାତ୍ର ୧% ହୋଇଥିବାବେଳେ ଭାରତ ମୋଟ ରପ୍ତାନି କରୁଥିବା ମୋଟ ୩୦୦ ନିୟୁତ ଡଲାରର ମାତ୍ର ୨% ।

grapes
image courtesy-https://upload.wikimedia.org

ତେଣୁ ଭାରତ ଏବେ ଚୀନର ଅଙ୍ଗୁର ବଜାର ଉପରେ ନଜର ପକାଇଛି । ନୂଆଦିଲ୍ଲୀର ଉଦ୍ୟମ କ୍ରମରେ ଚୀନର ଏକ ଆମଦାନିକାରୀ ଦଳ ଭାରତ ଗସ୍ତରେ ଯାଉଛନ୍ତି । ବେଜିଂସ୍ଥିତ ଭାରତର ଦୂତାବାସ ସହିତ ଗୁଆଙ୍ଗଝୁ ଏବଂ ସାଂଘାଇଠାରେ ଥିବା ବାଣିଜ୍ୟିକ ଦୂତାବାସ ପକ୍ଷରୁ ଚୀନରେ ଭାରତୀୟ ଅଙ୍ଗରର ବିକ୍ରିକୁ ପ୍ରୋତ୍ସାହନ ଦେବା ଲାଗି ପ୍ରଚେଷ୍ଟା କରାଯାଉଛି । ଏଥିପାଇଁ ମୁମ୍ବାଇଠାରେ ଭାରତର ବାଣିଜ୍ୟ ମନ୍ତ୍ରାଳୟ ଅଧୀନରେ ଥିବା ଏପେଡା (କୃଷିଜାତ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ବିକାଶ କର୍ତ୍ତୃପକ୍ଷ) ପକ୍ଷରୁ ଏକ କ୍ରେତା-ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରେତା ବିକ୍ରେତା ସମ୍ମିଳନୀରେ ୧୦୦ରୁ ଅଧିକ ଅଙ୍ଗୁର ରପ୍ତାନିକାରୀ ଏବଂ ଚୀନର ପ୍ରାୟ ୨୩ ଜଣ ଆମଦାନିକାରୀ ଯୋଗଦେଇଥିଲେ । ଚୀନର ଆମଦାନିକାରୀମାନଙ୍କୁ ନାସିକ ବୁଲାଇ ନିଆଯିବା କାର୍ଯ୍ୟକ୍ରମ ମଧ୍ୟ ଏପେଡରା ରହିଛି । ଉଲ୍ଲେଖଯୋଗ୍ୟ ଯେ, ନାସିକ ଦେଶର ଅଙ୍ଗୁର ରାଜଧାନୀ ଭାବେ ଜଣାଶୁଣା । ଦେଶର ମୋଟ ଅଙ୍ଗୁର ଉତ୍ପାଦନ ଅଧା ଅଙ୍ଗୁର ନାସିକରୁ ହିଁ ହୋଇଥାଏ ।