କରୋନା ମୃତ୍ୟୁ ସଂଖ୍ୟା ୮୭୨କୁ ବୃଦ୍ଧି : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୯୨ରେ ପହଞ୍ଚିଲା,ମହାରାଷ୍ଟ୍ରରେ ଜଟିଳ ସ୍ଥିତି

325

କନକ ବ୍ୟୁରୋ : ଲକଡାଉନ୍ ସତ୍ୱେ ଭାରତରେ ବଢ଼ୁଛି ସଂକ୍ରମଣ । ସାରା ଦେଶ ତାଲାବନ୍ଦରେ ଥିବାବେଳେ ପ୍ରଭାବ ବିସ୍ତାନ କରିଚାଲିଛି ମାରାତ୍ମକ ଭାଇରସ୍ ଭାଇରସ୍ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ୮୭୨କୁ ବୃଦ୍ଧି ବୃଦ୍ଧି ପାଇଲା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୮୯୨ରେ ପହଞ୍ଚି ସାରିଛି। ସେହିଭଳି ଆଜି ମଧ୍ୟ ଦେଶରେ ମହାରାଷ୍ଟ୍ର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୮୦୬୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୨ରେ ପହଂଚିଛି । ତେବେ ମହାରାଷ୍ଟ୍ର ପରେ ଦେଶରେ ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟ ଓ ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୦୯୭), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୭୪), ଚଣ୍ଡିଗଡ଼ (୩୦), ଛତିଶଗଡ଼ (୩୭), ଦିଲ୍ଲୀ (୨୯୧୮), ଗୋଆ (୭), ଗୁଜରାଟ (୩୩୦୧), ହରିୟାଣା (୨୮୯), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୫୨୩), ଝାଡ଼ଖଣ୍ଡ (୮୨) କର୍ଣ୍ଣାଟକ (୫୦୩), କେରଳ (୪୫୮), ଲଦାଖ (୨୦), ମଧ୍ୟପ୍ରଦେଶ (୨୦୯୬), ମହାରାଷ୍ଟ୍ର (୮୦୬୮), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୦୩), ପୁଦ୍ଦୁଚେରୀ (୭), ପଞ୍ଜାବ (୩୧୩), ରାଜସ୍ଥାନ (୨୧୮୫), ତାମିଲନାଡୁ (୧୮୮୫), ତେଲେଙ୍ଗାନା (୧୦୦୨), ତ୍ରିପୁରା (୨), ଉତ୍ତରାଖଣ୍ଡ (୫୦), ଉତ୍ତରପ୍ରଦେଶ (୧୮୬୮) ଓ ପଶ୍ଚିମବଙ୍ଗ (୬୪୯) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୧), ଆନ୍ଧ୍ରପ୍ରଦେଶ (୨୩୧), ଅରୁଣାଚଳ ପ୍ରଦେଶ (୧), ଆସାମ (୨୭), ବିହାର (୫୬), ଚଣ୍ଡିଗଡ଼ (୧୭), ଛତିଶଗଡ଼ (୩୨), ଦିଲ୍ଲୀ (୮୭୭), ଗୋଆ (୭), ଗୁଜରାଟ (୩୧୩), ହରିୟାଣା (୧୭୬), ହିମାଚଳ ପ୍ରଦେଶ (୨୨), ଜମ୍ମୁ ଓ କଶ୍ମୀର (୧୩୭), ଝାଡ଼ଖଣ୍ଡ (୧୩), କର୍ଣ୍ଣାଟକ (୧୮୨), କେରଳ (୩୩୮), ଲଦାଖ (୧୪), ମଧ୍ୟପ୍ରଦେଶ (୩୦୨), ମହାରାଷ୍ଟ୍ର (୧୦୭୬), ମଣିପୁର (୨), ଓଡ଼ିଶା (୩୫), ପୁଦ୍ଦୁଚେରୀ (୩), ପଞ୍ଜାବ (୭୧), ରାଜସ୍ଥାନ (୫୧୮), ତାମିଲନାଡୁ (୧୦୨୦), ତେଲେଙ୍ଗାନା (୨୮୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୨୮), ଉତ୍ତରପ୍ରଦେଶ (୨୮୯) ଓ ପଶ୍ଚିମବଙ୍ଗ (୧୦୫) ।