କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ବେଙ୍ଗାଲୁରୁରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବେ । ପୁଣେ ଟେଷ୍ଟର ପରାଜୟ ଭୁଲ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଟିମ ଇଣ୍ଡିଆ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ କୋଚ ଅନୀଲ କୁମ୍ବଲେ । କେବଳ ଗୋଟିଏ ଟେଷ୍ଟ ମ୍ୟାଚ ହାତ ଛଡା ହୋଇଥିବା ବେଳେ ଆହୁରି ୩ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଅଛି । ତେଣୁ ଭାରତ ସିରିଜକୁ ସଫଳ ପ୍ରତ୍ୟାବର୍ତ୍ତନ କରିପାରିବ ବୋଲି ସେ ଦୃଢ ବିଶ୍ୱାସର ସହ କହିଛନ୍ତି ।
ବେଙ୍ଗାଲୁରୁ ଟେଷ୍ଟରେ ଅଜିଙ୍କ୍ୟା ରାହାଣେ ଖେଳିବେ ବୋଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି କୋଚ କୁମ୍ବଲେ । ସେ କହିଛନ୍ତି ଇଂଲଣ୍ଡ ବିରୋଧରେ ତ୍ରୀଶତକ ଅର୍ଜନ କରିଥିବା କରୁଣା ନାୟର ଯଦି ଚୂଡାନ୍ତ ଏକାଦଶରେ ଖେଳନ୍ତି, ତେବେ ଅଜିଙ୍କ୍ୟା ରାହାଣେଙ୍କ ସ୍ଥାନରେ ନୁହେଁ । ଗତ ୨ ବର୍ଷ ଧରି ଅଜିଙ୍କ୍ୟା ରାହାଣେଙ୍କ ପ୍ରଦର୍ଶନ ଉପରେ ନାୟରଙ୍କ ତ୍ରୀଶତକ ଭାରି ପଡିବ ନାହିଁ ବୋଲି କୁମ୍ବଲେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/ss.jpg)