ରାତି ପାହିଲେ ଅଗଷ୍ଟ ୧୫ ! ଜୟପୁର ସହରର ମୁଖ୍ୟ ରାସ୍ତାରେ ପ୍ରଥମ ଥର ପାଇଁ ଉଡିବ ତ୍ରିରଙ୍ଗା, କିନ୍ନର କରିବେ ପରେଡ଼

31

କନକ ବ୍ୟୁରୋ : ସହର ଭିତରେ ହେବ ପରେଡ଼ । ରାଜଧାନୀ ପରେ ଜୟପୁର ମୁଖ୍ୟ ରାସ୍ତାରେ ପରେଡ଼ ସହ ଉଡ଼ିବ ତ୍ରିରଙ୍ଗା ପତାକା । ପରେଡ଼ କରିବେ କିନ୍ନର । ମାଓ ଅଂଚଳ ହୋଇଥିବା କଡ଼ା ସୁରକ୍ଷା ପାଇଁ ୪ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ ରହିବେ । ଆଜି ଏଥିପାଇଁ ଅଭ୍ୟାସ ପରେଡ କରାଯାଇଛି ।

ସ୍ୱାଧୀନତା ପରଠୁ ପ୍ରଥମ ଥର ପାଇଁ ଜୟପୁର ସହରର ମୁଖ୍ୟ ରାସ୍ତାରେ ଉଡ଼ିବ ତ୍ରିରଙ୍ଗା ପତାକା । ମୁଖ୍ୟ ରାସ୍ତାରେ ପରେଡ଼ କରାଯିବ । ଏଥରେ ସାମିଲ ହେବେ କିନ୍ନରଙ୍କ ଏକ ସ୍ୱତନ୍ତ୍ର ଦଳ ସହ ଛାତ୍ରଛାତ୍ରୀ । କିନ୍ନରଙ୍କୁ ଏକତ୍ରୀତ କରି ପରେଡ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି । ଏଥିପାଇଁ ଆଜି ମକଡ୍ରିଲ କରାଯାଇଛି । ପରେଡ ଅଭ୍ୟାସକୁ ଦେଖି ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

ମାଓ ଅଚଂଳ ଦୃଷ୍ଟିକୋଣରୁ ସୁରକ୍ଷା ବ୍ୟବସ୍ଥû କଡାକଡି କରାଯାଇଛି । ପାଖାପାଖି ୪ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ ରହିବେ । ସକାଳ ୬ ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ଯାତାୟାତ ରହିବ ବନ୍ଦ । ତେବେ ପରେଡରେ କିନ୍ନରଙ୍କୁ ନେଇ କରାଯାଇଥିବା ନୂଆ ପ୍ରୟାସ ସଫଳ ହୋଇଥିବା କହିଛନ୍ତି ଉପଜିଲ୍ଲାପାଳ । ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଏହି ପ୍ୟାରେଡ଼ ରେ କିନ୍ନର ମାନେ ପାଲଟିଛନ୍ତି ସହରର ମୁଖ୍ୟ ଆକର୍ଷଣ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।