ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬୮୧କୁ ବୃଦ୍ଧି : ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପିଲା, ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ମହାରାଷ୍ଟ୍ର 

486

କନକ ବ୍ୟୁରୋ : ଭାରତରେ କରୋନା ଭାଇରସ୍ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ଟପିଛି । ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬୮୧କୁ ବୃଦ୍ଧି ପାଇଛି ।  ତେବେ ଏଥି ମଧ୍ୟରେ ୪ ହଜାର ୨୫୮ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୪୦୧ ନୂଆ କରୋନା ଆକ୍ରାନ୍ତ । କରୋନା ସଂକ୍ରମଣରୁ ୪୧ ଜଣଙ୍କ ଜୀବନ ଯାଇଛି ।

ମହାରାଷ୍ଟ୍ର        ଆକ୍ରାନ୍ତ  ୫୬୫୨     ମୃତ୍ୟୁ ୨୬୯

ଗୁଜରାଟ         ଆକ୍ରାନ୍ତ  ୨୪୦୭      ମୃତ୍ୟୁ   ୧୦୩

ଦିଲ୍ଲୀ              ଆକ୍ରାନ୍ତ  ୨୨୪୮     ମୃତ୍ୟୁ ୪୮

ରାଜସ୍ଥାନ         ଆକ୍ରାନ୍ତ  ୧୮୯୦     ମୃତ୍ୟୁ ୨୭

ତାମିଲନାଡୁ       ଆକ୍ରାନ୍ତ  ୧୬୨୯    ମୃତ୍ୟୁ  ୧୮

ମଧ୍ୟପ୍ରଦେଶ     ଆକ୍ରାନ୍ତ  ୧୫୯୨     ମୃତ୍ୟୁ  ୮୦

ଉତରପ୍ରଦେଶ    ଆକ୍ରାନ୍ତ  ୧୪୪୯    ମୃତ୍ୟୁ  ୨୧

ତେଲେଙ୍ଗାନା     ଆକ୍ରାନ୍ତ  ୯୪୫      ମୃତ୍ୟୁ  ୨୩

ଆନ୍ଧ୍ରପ୍ରଦେଶ      ଆକ୍ରାନ୍ତ ୮୧୩    ମୃତ୍ୟୁ  ୨୪

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୮), ଆନ୍ଧ୍ରପ୍ରଦେଶ (୮୧୩), ଅରୁଣାଚଳ ପ୍ରଦେଶ (୧), ଆସାମ (୩୫), ବିହାର (୧୪୩), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୨୪୮), ଗୋଆ (୭), ଗୁଜରାଟ (୨୪୦୭), ହରିୟାଣା (୨୬୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୦୭), ଝାଡ଼ଖଣ୍ଡ (୪୯) କର୍ଣ୍ଣାଟକ (୪୨୭), କେରଳ (୪୩୮), ଲଦାଖ (୧୮), ମଧ୍ୟପ୍ରଦେଶ (୧୫୯୨), ମହାରାଷ୍ଟ୍ର (୫୬୫୨), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୮୩), ପୁଦ୍ଦୁଚେରୀ (୭), ପଞ୍ଜାବ (୨୫୧), ରାଜସ୍ଥାନ (୧୮୯୦), ତାମିଲନାଡୁ (୧୬୨୯), ତେଲେଙ୍ଗାନା (୯୪୫), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୪୪୯) ଓ ପଶ୍ଚିମବଙ୍ଗ (୪୫୬) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୧୨୦), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୬), ଚଣ୍ଡିଗଡ଼ (୧୪), ଛତିଶଗଡ଼ (୨୬), ଦିଲ୍ଲୀ (୭୨୪), ଗୋଆ (୭), ଗୁଜରାଟ (୧୭୯), ହରିୟାଣା (୧୪୦), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୯୨), ଝାଡ଼ଖଣ୍ଡ (୮), କର୍ଣ୍ଣାଟକ (୧୩୧), କେରଳ (୩୨୩), ଲଦାଖ (୧୪), ମଧ୍ୟପ୍ରଦେଶ (୧୪୮), ମହାରାଷ୍ଟ୍ର (୭୮୯), ମଣିପୁର (୨), ଓଡ଼ିଶା (୩୨), ପୁଦ୍ଦୁଚେରୀ (୩), ପଞ୍ଜାବ (୪୯), ରାଜସ୍ଥାନ (୨୩୦), ତାମିଲନାଡୁ (୬୬୨), ତେଲେଙ୍ଗାନା (୧୯୪), ତ୍ରିପୁରା (୧), ଉତ୍ତରାଖଣ୍ଡ (୨୩), ଉତ୍ତରପ୍ରଦେଶ (୧୭୩) ଓ ପଶ୍ଚିମବଙ୍ଗ (୭୯) ।