ଠକେଇର ନୂଆ ତରିକା । ସୁନାଶଙ୍ଖ ମୋହ ଦେଖାଇ ନୟାଗଡରେ ଦୁର୍ବୃତ୍ତ ଲୁଟିନେଲେ ୮ ଲକ୍ଷ ଟଙ୍କା । ଏତଲା ପରେ ଠକ ଗିରଫ

386

କନକ ବ୍ୟୁରୋ : ଠକେଇର ନୂଆ ଉପାୟ । ସୁନା ଶଙ୍ଖ ଦେଖାଇ ଠକି ନେଲେ ୮ ଲକ୍ଷ ଟଙ୍କା । ମହଙ୍ଗା ପଡିଲା ସୁନା ଶଙ୍ଖର ଲୋଭ । ଜମିରୁ ସୁନା ଶଙ୍ଖ ମିଳିଥିବା କହି ନୟାଗଡ ଜିଲ୍ଲାରେ ଆଠ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ନକଲି ସୁନା ଶଙ୍ଖ । ଉମରକୋଟ୍ ପୋଲିସ ଏହାର ସୂଚନା ପାଇବା ପରେ ମଧ୍ୟସ୍ଥ ସହିତ ଠକକୁ ଗିରଫ କରିଛି ।

ଗତ ଜୁଲାଇ ୨୭ ତାରିଖରେ ନୟାଗଡ ଜିଲ୍ଲାର ଓଡଗାଁ ଅଂଚଳର ଫକୀର ମୋହନ କରଙ୍କ ସହିତ ସୁନା ଶଙ୍ଖ ଜମିରୁ ମିଳିଥିବା କହି ଯୋଗାଯୋଗ କରିଥିଲେ । ଦାମ୍ ଛିଡିଥିଲା ୮ ଲକ୍ଷରେ । ଅଗଷ୍ଟ ୫ ତାରିଖରେ ଟଙ୍କା ଦେଇ ଫକୀର ମୋହନ ସେହି ଶଙ୍ଖକୁ କିଣିଥିଲେ । ନୟାଗଡରେ ଏହାର ଯାଂଚ କରିବା ପରେ ଜଣାପଡିଥିଲା ଏହି ସୁନା ଶଙ୍ଖଟି ନକଲି ।

ଉମରକୋଟ୍ ଥାନାରେ ଏତଲା ପରେ ପୋଲିସ ଠକକୁ ଗିରଫ କରିଛି । ଦୁଇଟି ଶଙ୍ଖ, ଦୁଇଟି ମୋବାଇଲ ଓ ଏକ ଲକ୍ଷ ଟଙ୍କା ଜବତ କରିଛି । ଏହି ସୁନା ଶଙ୍ଖ ବିକ୍ରି ରାକେଟ୍ ରେ ଅଧିକ ଲୋକ କାମ କରୁଥିବା ସନ୍ଦେହ କରି ପୋଲିସ ତଦନ୍ତ କରୁଛି ।