ପୋଲିସ ବାବୁଙ୍କୁ ନୂଆ ନିୟମ ଅଡ଼ୁଆ : ବର୍ଦ୍ଦିର ଫାଇା ଉଠାଇ ପାରିବେନି, ନିୟମ ଉଲ୍ଲଂଘନ କଲେ ଭରିବେ ଦୁଇଗୁଣା ଜରିମାନା

3,614
କନକ ବ୍ୟୁରୋ : ପୋଲିସ ବାବୁଙ୍କୁ ଅଡ଼ୁଆ ନୂଆ ନିୟମ । ସେପ୍ଟେମ୍ବର ୧ରୁ ନୂଆ ମୋଟର ଯାନ ଅନୁସାରେ ନିୟମ ଉଲ୍ଲଂଘନ କଲେ ଦୁଇ ଗୁଣା ତଣ୍ଡ ଗଣିବେ ପୋଲିସ୍ ବାବୁ । ତେବେ କେବଳ ରାଜଧାନୀ ଦିଲ୍ଲୀରେ ଏହି ନିୟମ ପ୍ରଣୟନ ହୋଇଛି । ଦିଲ୍ଲୀର ଜଏଣ୍ଟ  କମିସନର ଅଫ୍ ପୁଲିସଙ୍କ ପକ୍ଷରୁ ନୂଆ ଆଡ଼ଭାଇଜରି ଜାରି କରାଯାଇଛି । ନିର୍ଦ୍ଦେଶ ଅନୁସାରେ ଯଦି କୌଣସି ପୋଲିସ ଡ୍ୟୁଟିରେ ଥିବା ସମୟରେ ଅଥବା ନିଜର ବ୍ୟକ୍ତିଗତ ଗାଡ଼ି ବ୍ୟବହାର ସମୟରେ ମୋଟ ଯାଇ ନିୟମ ଉଲ୍ଲଂଘନ କରନ୍ତି , ତାଙ୍କ ଠାରୁ ଦୁଇ ଗୁଣା ଜୋରିମାନା ଆଦାୟ କରାଯିବ । ନୂଆ ଆଡ଼ଭାଇଜରିର କପି ଦିଲ୍ଲୀ ପୋଲିସର ସମସ୍ତ ୟୁନିଟକୁ ପଠାଇ ଦିଆଯାଇଛି ।
ପୋଲିସଙ୍କୁ ବି ନୂଆ ମୋଟର ଯାନ ଆଇନର ଭୟ । ପୋଲିସ ହୁଅନ୍ତୁ କି ଟ୍ରାଫିକ୍ ପୋଲିସ୍ କାହାକୁ ରକ୍ଷା ମିଳିବନି । ନୂଆ ନିୟମରେ ଅନୁସାରେ ପୋଲିସ ବାବୁ ଆହୁର ବର୍ଦ୍ଦିର ଧାକ୍ ଦେଖାଇ ଖସିଯାଇପାରିବେ ନାହିଁ । କୌଣସି ବି ପୋଲିସ ଅଧିକାରୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦୁଇଗୁଣା ଜୋରିମାନା ଭରିବେ । ସୂଚନାଯୋଗ୍ୟ ବହୁଥର ପୋଲିସ କର୍ମୀମାନେ ହିଁ ଟ୍ରାଫିକ ନିୟମ ଭାଙ୍ଗୁଥିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ନୂଆ ମୋଟର ଯାନ ନିୟମ ପରେ ସାଧାରଣ ଜନତାଙ୍କର ପ୍ରଶ୍ନ ଥିଲା ଯେ ଏହି ନିୟମ କ’ଣ କେବଳ ସାଧାରଣ ଜନତାଙ୍କ ପାଇଁ । ଆଉ ଏହାପରେ ଦିଲ୍ଲୀରେ ସମସ୍ତଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି ।
ସଂଶୋଧିତ ନିୟମ ଅନୁସାରେ, ସେପ୍ଟେମ୍ବର ୧ ତାରିଖଠାରୁ ଟ୍ରାଫିକ୍ ନିୟମ ଭଙ୍ଗ କଲେ ଅଧିକ ଜରିମାନା ଗଣିବେ । ଆମ୍ବୁଲାନ୍ସ, ଦମକଳ ଆଦି ଯାନବାହାନକୁ ବାଟ ନଛାଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଯଦି କୌଣସି ଚାଳକ ଅଯୋଗ୍ୟ ଘୋଷିତ ହେବା ପରେ ବି ଗାଡ଼ି ଚଳାଉ ଥାଆନ୍ତି ତେବେ ତାଙ୍କ ଉପରେ ମଧ୍ୟ ୧୦ ହଜାର ଜରିମାନା ଲାଗିବ । ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ଉପରେ ଏଣିକି ଜରିମାନା ୧୦୦ ବଦଳରେ ୫୦୦ ଲାଗିବ । କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ସର୍ବନିମ୍ନ ୨ ହଜାର ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଡ୍ରାଇଭିଂ ଲାଇାସେନ୍ସ ନଥିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବ। ଇନ୍ସୁରାନ୍ସ ନଥାଇ ଗାଡ଼ି ଚଲାଉଥିଲେ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ଦ୍ରୁତଗତିରେ ଗାଡ଼ି ଚଳାଇଲେ ହଜାରରୁ ଦୁଇ ହଜାର ଭିତରେ ଜରିମାନା ଦେବାକୁ ହେବ। ଗାଡ଼ି ଚଲାଇଲା ବେଳେ ସିଟ୍ ବେଲ୍ଟ ନପିନ୍ଧିଥିଲେ ୧୦୦୦ ଟଙ୍କା ଦେବାକୁ ହେବ । ବିନା ହେଲମେଟରେ ଗାଡ଼ି ଚଳାଇଲେ ଗଣିବାକୁ ପଡ଼ିବ ୧୦୦୦ ଟଙ୍କା। ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଦେବାକୁ ପଡ଼ିବ ବୋଲି ନିୟମ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସବୁ ନିୟମ ଉଲ୍ଲଂଘନ କଲେ ପୋଲିସ ବାବୁଙ୍କୁ ଦୁଇଗୁଣା ଜୋରିମାନା ଦେବାକୁ ପଡ଼ିବ ।