କନକ ବ୍ୟୁରୋ : ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ଆତଙ୍କବାଦୀ ତିଆରି କରୁଥିବା କଥା ସ୍ୱୀକାର କଲେ ଇମ୍ରାନ୍ ଖାନ୍ । ଯାହାର ପରିଣାମ ଆଜି ପାକିସ୍ତାନକୁ ଭୋଗିବାକୁ ପଡୁଛି । ତେବେ ଏଥିପାଇଁ ଆମେରିକା ଉପରେ ଦୋଷ ଲଦି ଦେଇଛନ୍ତି ଇମ୍ରାନ । ଋଷିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢିବା ପାଇଁ ଅଶୀ ଦଶକରେ ଜୋହାଦିଙ୍କୁ ପ୍ରସ୍ତୁତ କରିଥିଲା ପାକିସ୍ତାନ । ଆଉ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବାରେ ଆମେରିକାର ବଡ଼ ହାତ ଥିଲା । ଆଉ ଦଶ ବର୍ଷ ପରେ ଆମେରିକା ସେହି ଜେହାଦୀଙ୍କୁ ଆତଙ୍କବାଦୀ ଘୋଷଣା କରିଦେଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନ ଗୃହମନ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆତଙ୍କବାଦୀ ତିଆରି କରୁଥିବା ସହ ପାଣ୍ଠି ଯୋଗାଇବା କଥା ସ୍ୱୀକାର କରିଛନ୍ତି । ଏକ ଋଷ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି, ୮୦ ଦଶକରେ ସୋଭିଏତ ଆଫଗାନିସ୍ତାନ ଉପରେ କବଜା କରିଥିଲା । ପାକିସ୍ତାନ ମୁଜାହୁଦ୍ଦୀନ ଲୋକଙ୍କୁ ଏହା ବିରୋଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ଆମେରିକା ମଧ୍ୟ ଏଥିରେ ପାକିସ୍ତାନକୁ ସହାୟତା କରିଥିଲା । ହେଲେ ପରେ ପାକିସ୍ତାନକୁ ଆଗକୁ ଆଣି ଆମେରିକା ଆତଙ୍କବାଦକୁ ବିରୋଧ କରିଥିଲା । ଜିହାଦୀଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା ଆମେରିକା । ଆଉ ଏଥିରେ ସାମିଲ ହୋଇଥିବା ପାକିସ୍ତାନୀ ବିରୋଧୀ ହୋଇଯାଇଥିଲେ ।
ଆଉ ଏଥିପାଇଁ ପ୍ରାୟ ୭୦ହଜାର ଲୋକଙ୍କୁ ହରାଇଥିଲା ପାକିସ୍ତାନ । ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା । ପ୍ରାୟ ୧୦୦ ଆରବ ଡଲାର କ୍ଷତ ସହିଥିଲା ପାକିସ୍ତାନ । ତେବେ ଏସବୁ ପରେ ଶେଷରେ ଆମେରିକା ପାକିସ୍ତାନ ଉପରେ ଆଫଗାନିସ୍ତାନରେ ଅସଫଳ ହୋଇଥିବା ଦୋଷ ଲଦିଥିଲା । ପାକିସ୍ତାନ ପାଇଁ ଅନ୍ୟାୟ ହୋଇଛି । ତାଲିବାନ ବିରୋଧରେ ଆମେରିକାର ସାଥ ଦେବା ପାକିସ୍ତାନକୁ ମହଙ୍ଗା ପଡିଛି ବୋଲି କହିଛନ୍ତି ଇମ୍ରାନ ଖାନ ।