ଋଣ ଭାର ଯୋଗୁଁ ପାକିସ୍ତାନ ଦେବାଳିଆ : ରାଜକୋଷ ଭରିବାକୁ ୭୦ ସରକାରୀ ବିଳାସମୟ କାର ବିକିଲେ ଇମ୍ରାନ ସରକାର

81

କନକ ବ୍ୟୁରୋ : ଋଣ ଭାରରେ ଦେବାଳିଆ ହୋଇଥିବା ପାକିସ୍ତାନର ସ୍ଥିତି ସୁଧାରିବାକୁ ଇମ୍ରାନ ସରକାରଙ୍କ ପଦକ୍ଷେପ । ସ୍ଥିତି ସୁଧାରିବାକୁ ବିକିଲେ ପ୍ରାୟ ୭୦ଟି ଲକଜୁରିଅସ ସରକାରୀ କାର । ନିଜ ବ୍ୟବହାର ପାଇଁ ରଖିଥିବା ପାକିସ୍ତାନ ସରକାର ଆର୍ଥିକ ଅଭାବ ଯୋଗୁଁ ୭୦ଟି ବିଳାସମୟ କାର ନିଲାମ କରିଛି । ଏହି ସୂଚନା ଦେଇଛନ୍ତି ପାକିସ୍ତାନର ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ । ସେହିପରି ଆଗକୁ ପ୍ରଧାନମନ୍ତ୍ରୀ ଆବାସର ୧୦୨ଟି କାର ୪ଟି ହେଲିକପ୍ଟର ଓ ୮ଟି ମଇଁଷି ମଧ୍ୟ ବଜାର ଦରରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି ।

ବୁଲେଟ ପ୍ରୁଫ ଓ ବମ ପ୍ରୁଫ ଭେଇକିଲ ମଧ୍ୟ ନିଲାମ କରାଯିବା ବୋଲି କହିଛନ୍ତି ଫବାନ ଚୌଧୁରୀ । ଇମ୍ରାନ ସରକାର ସମୀକ୍ଷା କରି ବିଳାସପୂର୍ଣ୍ଣ ଗାଡି ବିନା ବି କାମ ଚଳିିବ ଅନୁଭବ କରି ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଯାହାକୁ ଇମ୍ରାନ ଖାନଙ୍କ ମିତବ୍ୟୟୀ ଓ ସରକାରୀ ତହବିଲରେ ଧନ ଗଛିତ ଅଭିଯାନର ଆରମ୍ଭ ବୋଲି ଚର୍ଚ୍ଚା ହେଉଛି । ସୂଚନା ମିଳିଛି ପାକିସ୍ତାନ ସରକାରଙ୍କ ସମୀକ୍ଷା ଅନୁସାରେ ଏବେ ଦେଶ ଉପରେ ୩୦ ଖରବ ରୁଣ ଭାର ରହିଛି । ଯାହା କମିବା ବଦଳରେ ବଢିବାରେ ଲାଗିଛି, ଏବେ ଦେଶର ରାଜକୋଷ ଖାଲି ପଡିଛି । ତେଣୁ ସ୍ଥିତି ଏବେ ନିୟନ୍ତ୍ରଣ ନ କଲେ ପାକିସ୍ତାନ ଶୀଘ୍ର କାଙ୍ଗାଳ ହୋଇଯିବାର ସମ୍ଭାବନା ରହିଛି ।