ଆପଣ ଗ୍ୟାସ ସବସିଡି ପାଉଛନ୍ତି କି ? ଆଉ ଏବେ ମାସ ମାସ ଧରି ଗ୍ୟାସ୍ ସବସିଡି ନ ପାଇବା ଭଳି ସମସ୍ୟାରେ ପଡିଥିଲେ, ଚିନ୍ତା କରନ୍ତୁ ନାହିଁ । କାରଣ ଗ୍ୟାସ ସବସିଡି ନ ପାଉଥିଲେ ତୁରନ୍ତ ଏକ ନମ୍ବରରେ ଅଭିଯୋଗ କରିପାରିବେ । ଆପଣଙ୍କ ଏହି ସମସ୍ୟା ଦୂର ହୋଇପାରିବ। ଏବେ ଆପଣଙ୍କ ପାଖରେ ଜାଣିବା ପାଇଁ ଅନେକ ବିକଳ୍ପ ରହିଛି । ଆପଣ କେବଳ ଅନଲାଇନରେ ଚେକ କରି ପାରିବେ ତାହା ହିଁ ନୁହେଁ ବରଂ ଗ୍ୟାସ ସବସିଡି ନ ମିଳିବାର ଅଭିଯୋଗ ମଧ୍ୟ କରିପାରିବେ । ଏହାପରେ ପେଟ୍ରୋଲ କମ୍ପାନୀମାନେ ତତ୍କାଳୀନ ଅଭିଯୋଗ ବିଷୟରେ ଯାଂଚ କରିବେ ।

Advertisment

book your gas cylinder through your facebook and twitter account

ଗ୍ୟାସ ସବସିଡି ଚେକ କରିବା ପାଇଁ ଆପଣଙ୍କୁ www.mylpg.inରେ ଲଗଇନ କରିବାକୁ ପଡିବ । ଆଉ ଏହି ପେଜରେ ତିନୋଟି ପେଟ୍ରୋଲିୟମ ଓ ଗ୍ୟାସ କମ୍ପାନୀର ନାମ ହୋମ ପେଜରେ ଦେଖିବାକୁ ପାଇବେ । ଆପଣଙ୍କ ଯେଉଁ କମ୍ପାନୀର ଗ୍ୟାସ କନେକ୍ସନ ରହିଛି, ସେଥିରେ କ୍ଲିକ କରନ୍ତୁ । ତା’ପରେ ଫିଡବ୍ୟାକର ବିକଳ୍ପ ଦେଖାଯିବ । ଏଥିରେ ମଗାଯାଇଥିବା ବିବରଣୀ ପୁରଣ କରନ୍ତୁ ।

publive-image

ଫିଡବ୍ୟାକରେ ଆପଣଙ୍କୁ ଆପଣଙ୍କ ପଂଜିକୃତ ମୋବାଇଲ ନମ୍ବର ଓ ଏଲପିଜିର ଆଇଡି ପୂରଣ କରିିବାକୁ ପଡିବ । ଏହାଦ୍ୱାରା ଜଣାପଡିଯିବ ଯେ ଗ୍ୟାସ ସବସିଡି ଖାତରେ ଜମା ହେଉଛି କି ନାହିଁ । ଯଦି ଦିଆଯାଇଥିବା ସୂଚନା ଭୁଲ ଏବଂ ଆପଣଙ୍କ ସବସିଡି ଆଉ କାହା ପାଖକୁ ଯାଉଛି ତେବେ ତୁରନ୍ତ ଆପଣ ଅଭିଯୋଗ କରନ୍ତୁ । ୱେବସାଇଟରେ ଆପଣଙ୍କୁ ଅଭିଯୋଗ କରିବା ପାଇଁ ବିକଳ୍ପ ମିଳିବ । ଏହା ବ୍ୟତୀତ ଆପଣ ଟୋଲ ଫ୍ରି ନମ୍ବର ୧୮୦୦୨୩୩୩୫୫୫ ରେ ମଧ୍ୟ କଲ କରି ଅଭିଯୋଗ କରିପାରିବେ ।