ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ କେଉଁଠି ରଖିବେ ଚିନ୍ତା କରୁଛନ୍ତି କି ? ଡିଜିଟାଲ ଲକରରେ ଦେଉଛି ସମସ୍ତ ସୁବିଧା, ଜାଣନ୍ତୁ କିପରି କରିବେ ବ୍ୟବହାର

Advertisment
ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ କେଉଁଠି ରଖିବେ ଚିନ୍ତା କରୁଛନ୍ତି କି ? ଡିଜିଟାଲ ଲକରରେ ଦେଉଛି ସମସ୍ତ ସୁବିଧା, ଜାଣନ୍ତୁ କିପରି କରିବେ ବ୍ୟବହାର

image courtesy- http://st1.bgr.in/wp-content

ଆପଣଙ୍କୁ ଆଉ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ ସାଥୀରେ ନେଇ ଯିବାକୁ ପଡ଼ିବ ନାହିଁ । ଏସବୁକୁ ଏଣିକି ଡିଜିଟାଲ ଲକରରେ ସାଇତି ରଖି ଆବଶ୍ୟକ ସ୍ଥଳେ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଡିଜିଟାଲ ଲକର କ’ଣ ? ଭାରତ ସରକାର ଦେଶର ସବୁ କ୍ଷେତ୍ରକୁ ଡିଜିଟାଲ ସହିତ ଯୋଡ଼ିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । ଏଥିମଧ୍ୟରୁ ଡିଜିଟାଲ ଲକର ଅନ୍ୟତମ ।

ଡିଜିଟାଲ ଲକର ମାଧ୍ୟମରେ ବିଭିନ୍ନ ଦରକାରୀ ସାର୍ଟିଫିକେଟ ଓ କାଗଜପତ୍ରକୁ ସୁରକ୍ଷିତ ରଖା ଯାଇପାରିବ । ସରକାରଙ୍କ ତରଫରୁ ଏହି ଆପକୁ ବିନା ମୂଲ୍ୟରେ ଉପଲବ୍ଧ କରାଯାଇଛି । ସରକାରୀ ସଂସ୍ଥାରେ ମଧ୍ୟ ଏହି ଆପକୁ ଆପଣ ବ୍ୟବହାର କରିପାରିବେ । ଅନେକ ସମୟରେ ସରକାରୀ ସଂସ୍ଥାରେ ବିଭିନ୍ନ ସାର୍ଟିଫିକେଟ ଦରକାର ହୋଇଥାଏ ସେଭଳି ସମୟରେ ମଧ୍ୟ ଏହି ଆପ ସାହାଯ୍ୟରେ ଆପଣ ଇ-ସାଇନିଂ ଦ୍ୱାରା ସବୁକିଛି କାମ ବେଶ ଆରାମରେ କରି ପାରିବେ । ଏବେ ସୁଦ୍ଧା ୩୧ଟି ସଂସ୍ଥା ଏହି ଆପରେ ନିଜକୁ ଯୋଡିଛନ୍ତି । ୭୬ ଲକ୍ଷରୁ ଅଧିକ ଲୋକ ଏବେ ଡିଜିଲକର ଆପରେ ନିଜକୁ ରେଜିଷ୍ଟର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe