ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଘଟଣା ! ଖୁବ୍ ଶୀଘ୍ର ନିିଷ୍ପତି ନେବେ ରାଜ୍ୟସଭା ଅଧକ୍ଷ

41

କନକ ବ୍ୟୁରୋ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଆଣିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ନିିଷ୍ପତି ନେବେ ରାଜ୍ୟସଭା ଅଧକ୍ଷ । ଅନ୍ୟପଟେ ପ୍ରସ୍ତାବ ଅଗ୍ରାହ୍ୟ ହେଲେ ସୁପ୍ରିମକୋର୍ଟ ଯିବାକୁ ଧମକ ଦେଇଛି କଂଗ୍ରେସ । ମାମଲାର ଗମ୍ଭୀରତାକୁ ଦେଖି ଭେଙ୍କୟା ତାଙ୍କର ହାଇଦ୍ରାବାଦ ଗସ୍ତ ବାତିଲ କରି ଦିଲ୍ଲୀ ଫେରି ଆସିଛନ୍ତି । ଏବାବଦରେ ସେ ବିଭିନ୍ନ ଆଇନ ଓ ସମ୍ବିଧାନ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବତନ ଲୋକସଭା ମହାସଚିବ ସୁଭାଷ କଶ୍ୟପ, ପୂର୍ବତନ ଆଇନ ସଚିବ ପି.କେ ମାଲହୋତ୍ରା ଏବଂ ପୂର୍ବତନ ସଂସଦୀୟ ସଚିବ ସଞ୍ଜୟ ସିଂହଙ୍କ ସହ ସେ ବିଚାର ବିମର୍ଷ କରିଛନ୍ତି ।

ଗତ ୨୦ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ସମେତ ୭ଟି ବିରୋଧୀ ଦଳ ମହାଭିଯୋଗ ନୋଟିସ୍ ରାଜ୍ୟସଭା ଅଧକ୍ଷଙ୍କୁ ପ୍ରଦାନ କରିଛନ୍ତି । ପ୍ରଧାନ ବିଚାରପତି ପଦର ଦୂରୁପଯୋଗ ଅଭିଯୋଗରେ ଏହି ପ୍ରସ୍ତାବ ଅଣାଯାଇଛି । ଅନ୍ୟପଟେ ଏହି ମହାଭିଯୋଗକୁ ଉପରାଷ୍ଟ୍ରପତି ଗ୍ରହଣ କରିବା ପୂର୍ବରୁ ସାର୍ବଜନୀନ କରିବା ନିୟମ ବିରୁଦ୍ଧ ବୋଲି ସଂସଦର ବରିଷ୍ଠ ଅଧିକାରୀମାନେ କହିଛନ୍ତି । ସଂସଦୀୟ କାର୍ଯ୍ୟପ୍ରଣାଳୀର ଧାରା ୩୩୪(ଏ)ରେ ଏ ସମ୍ପର୍କିତ ନିୟମ ରହିଛି ।