ମହାମାରୀରେ ମୁକାବିଲା ଭିତରେ ସଙ୍କଟ ଆଡ଼କୁ ମୁହାଁଉଛି ବିଶ୍ୱ । ଆଗକୁ ଦାରିଦ୍ର୍ୟ ବଢ଼ିବ । କାମଧନ୍ଦା ମିଳିବନି । ୧୦୦ କୋଟିରୁ ଅଧିକ ଲୋକ ଅତିଶୟ ଦାରିଦ୍ର୍ୟ ସମ୍ମୁଖୀନ ହେବେ . . .

491

କନକ ବ୍ୟୁରୋ : କରୋନା ମହାମାରୀରେ ମୁକାବିଲା ଭିତରେ ଏକ ବଡ ସତଟ ଆଡକୁ ମୁହାଁଉଛି ବିଶ୍ୱ । ଆଗକୁ ସାରା ବିଶ୍ୱରେ ଗରିବୀ ବଢିବାର ଆଶଙ୍କା ରହିଛି । ଏକ ଅନୁଧ୍ୟାନରୁ ଜଣା ପଡିଛି ସାରା ବିଶ୍ୱରରେ ପାଖାପାଖି ୧୦୦ କୋଟି ଲୋକ ଅତିଶୟ ଦାରିଦ୍ର୍ୟକୁ ସମ୍ମୁଖୀନ କରିବାକୁ ଯାଉଛନ୍ତି । କରୋନା ସଂକଟ ସହ ଲଢେଇ ଭିତରେ ବିଗିଡିଛି ଅର୍ଥନୀତି । ବିକଶିତ ରାଷ୍ଟ୍ରରୁ ଆରମ୍ଭ କରି ଭାରତ ଭଳି ପ୍ରଗତିଶୀଳ ରାଷ୍ଟ୍ର ଗୁଡିକର ଅର୍ଥନୀତି ଏକ ପ୍ରକାର ଭୁଶୁଡି ପଡିଛି ।

ଏପରି ସମୟରେ ୟୁନାଇଟେଡ୍ ନେସନ୍ ୟୁନିଭର୍ସିଟିର ଏକ ଅନୁଧ୍ୟାନରୁ ମିଳିଥିବା ରିପୋର୍ଟ ଚିନ୍ତା ବଢାଇ ଦେଇଛି । ରିପୋର୍ଟ ଅନୁସାରେ ଆଗକୁ ସାରା ବିଶ୍ୱରେ ଦାରିଦ୍ର୍ୟତା ଆହୁରି ବଢିଯିବ । ଏହି ଅନୁଧ୍ୟାନ ରିପୋର୍ଟ ଅନୁସାରେ, ବିଶ୍ୱରେ ପାଖାପାଖି ୪୦ କୋଟି ଲୋକ ଗଭୀର ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ । ଏମାନଙ୍କ ଭିତରୁ ପାଖାପାଖି ୪୦ କୋଟି ଲୋକ ଅତ୍ୟନ୍ତ ଗରିବୀକୁ ସମ୍ମୁଖୀନ କରିବେ । ରୋଜଗାର ହରାଇବା, ଏବଂ କାମଧନ୍ଦା କିଛି ନମିଳିବା ଯୋଗୁଁ ନିମ୍ନ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହେବ ।