ଗରମ ଆରମ୍ଭ ହେବା ପରେ ହିଁ ବିନା କୁଲର ଓ ପଙ୍ଖାରେ ଆମେ ରହି ପାରିବା ନାହିଁ । ଆମକୁ ଲାଗେ ଗରମରୁ ବଞ୍ଚିବା ପାଇଁ କୁଲର ଓ ପଙ୍ଖା ବହୁତ ଆବଶ୍ୟକ । କିନ୍ତୁ ଏପରିସ୍ଥଳେ ଆମେ ବେଳେ ବେଳେ ଏପରି ଦାୟିତ୍ୱହୀନ କାର୍ଯ୍ୟ କରିବସୁ ଯାହାଦ୍ୱାରା ବିଭିନ୍ନ ଦୁର୍ଘଟଣାର ଶିକାର ହେବାକୁ ପଡେ । ବେଳେ ବେଳେ ଆମେ ସ୍ୱିଚ ବୋର୍ଡରୁ ପ୍ଲଗ ନଟାଣି ବାହାରକୁ ପଳାଇ ଆସୁ । ଯଦି ଆପଣବିି କୁଲର ବ୍ୟବହାର କରୁଛନ୍ତି ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

Advertisment

୧. ଛୋଟ ପିଲାଙ୍କୁ କୁଲରରୁ ଯଥାସମମ୍ଭବ ଦୂରେଇ ରଖିବା ପାଇଁ ଚେଷ୍ଟା କରନ୍ତୁ ।

୨. ବାହାରକୁ ଯିବାବେଳେ ସବୁ ସ୍ୱିଚ ବନ୍ଦ କରିବା ସହ କୁଲରର ପ୍ଲଗ ବାହାର କରିନିଅନ୍ତୁ ।

୩. କୁଲରରେ ବ୍ୟବହୃତ ପାଣିକୁ ନିୟମିତ ବ୍ୟବଧାନରେ ବଦଳାନ୍ତୁ ।

୪. କୁଲର ବ୍ୟବହାର କରୁଥିଲେ ତା’କୁ ପରିଷ୍କାର ରଖିବା ଉପରେ ବିଶେଷ ଧ୍ୟାନ ଦଅନ୍ତୁ । ନଚେତ କୁଲରରେ ପାଣି ଜମି ଆପଣ ବିଭିନ୍ନ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ।

୫. କୁଲରରେ ଯେତିକି ପରିମାଣର ପାଣି ଦିଆଯିବା ଉଚିତ ସେତିକି ହିଁ ପାଣି ଭର୍ତ୍ତି କରନ୍ତୁ ।