ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କର୍କଟ ରୋଗରେ ପୀଡିତ ଥିଲେ ପ୍ରିୟବ୍ରତ ।

Advertisment
ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କର୍କଟ ରୋଗରେ ପୀଡିତ ଥିଲେ ପ୍ରିୟବ୍ରତ ।

କନକ ବ୍ୟୁରୋ : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସୂଚନା ଦେଇଛନ୍ତି । ଆଜି ସକାଳ ସାଢେ ୭ଟା ସମୟରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।

୧୯୭୬ ମସିହା ବ୍ୟାଚର ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହି ଦାୟିତ୍ବ ନିର୍ବାହ କରିଥିଲେ। ସେ ଓଡ଼ିଶା ଜୁଡୋ ଆସୋସିଏସନର ମଧ୍ୟ ଅଧ୍ୟକ୍ଷ ଥିଲେ। ଜଣେ ଦକ୍ଷ ପ୍ରଶାସକ, ସଂସ୍କୃତିପ୍ରେମୀ ଓ କ୍ରୀଡ଼ାପ୍ରେମୀ ଭାବେ ତାଙ୍କର ଯଥେଷ୍ଟ ସୁନାମ ରହିଛି।

ତା’ଛଡ଼ା ପ୍ରିୟବ୍ରତ ପଟ୍ଟନାୟକଙ୍କ କାହାଣୀକୁ ନେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ବ୍ୟାନରରେ ପ୍ରଖ୍ୟାତ ନିର୍ମାତା ଅମୀୟ ପଟ୍ଟନାୟକ ଓ ଲୋକପ୍ରିୟ ନିର୍ଦେଶକ ରାଜୁ ମିଶ୍ର ‘ଚକା ଆଖି ସବୁ ଦେଖୁଛି’ ଭଳି ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ। ଏଥିପାଇଁ ସେ ସମୟରେ ପ୍ରିୟବ୍ରତ ପଟ୍ଟନାୟକ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe