ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା : ଆଣ୍ଡାମାନ ଓ ନିକୋବରର ଟ୍ରାକ ଦ୍ୱୀପରୁ ପରୀକ୍ଷଣ, ୩୦୦ କିଲୋମିଟର ଦୂରରେ ସଠିକ ଲକ୍ଷ୍ୟଭେଦ କଲା କ୍ଷେପଣାସ୍ତ୍ର

134

କନକ ବ୍ୟୁରୋ : ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା  । ଆଣ୍ଡାମାନ ଓ ନିକୋବରର ଟ୍ରାକ ଦ୍ୱୀପରୁ ଏହାର ସଫଲ ପରୀକ୍ଷଣ କରାଯାଇଛି  । ଅକ୍ଟୋବର ୨୧ ଓ ୨୨ରେ ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂରରେ ଏହାର ସଠିକ ଳକ୍ଷ୍ୟଭେଦ କରିଛି  । ଭୂପୃଷ୍ଠରୁ ଭୂପୃଷ୍ଠକୁ ଏହା ସଠିକ ଲକ୍ଷ୍ୟଭେଦ କରିଛି  । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ ମାମଲାରେ ବାୟୁସେନା ପୂର୍ବାପେକ୍ଷା ଅଧିକ ସଶକ୍ତ ହୋଇଛି ।

ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଦେଶର ସବୁଠୁ ସଫଳ ଓ ସଠିକ୍ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ଭାବେ ଗଣନା କରାଯାଉଛି  । ଶବ୍ଦ ଠାରୁ ଅଧିକ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ରକୁ ବିମାନ କିମ୍ବା ଛୋଟ ପ୍ଲାଟଫର୍ମରୁ ମଧ୍ୟ ନିକ୍ଷେପ କରାଯାଇପାରିବ  । ଏହି ସୁପରସୋନିକ ମିସାଇଲ କୌଣସି ଏୟାରକ୍ରାଫ୍ଟ,  ଜାହାଜ କିମ୍ବା ଛୋଟ ପ୍ଲାଟଫର୍ମରୁ ମଧ୍ୟ ନିକ୍ଷେପ କରାଯାଇ ପାରିବ। ଏହି ପରୀକ୍ଷଣ ନିୟମିତ ଅଭ୍ୟାସର ଅଂଶ ଥିଲା ବୋଲି ଜଣାପଡ଼ିଛି  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.