କନକ ବ୍ୟୁରୋ : ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ବାୟୁସେନା । ଆଣ୍ଡାମାନ ଓ ନିକୋବରର ଟ୍ରାକ ଦ୍ୱୀପରୁ ଏହାର ସଫଲ ପରୀକ୍ଷଣ କରାଯାଇଛି । ଅକ୍ଟୋବର ୨୧ ଓ ୨୨ରେ ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂରରେ ଏହାର ସଠିକ ଳକ୍ଷ୍ୟଭେଦ କରିଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଏହା ସଠିକ ଲକ୍ଷ୍ୟଭେଦ କରିଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ ମାମଲାରେ ବାୟୁସେନା ପୂର୍ବାପେକ୍ଷା ଅଧିକ ସଶକ୍ତ ହୋଇଛି ।
ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଦେଶର ସବୁଠୁ ସଫଳ ଓ ସଠିକ୍ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ଭାବେ ଗଣନା କରାଯାଉଛି । ଶବ୍ଦ ଠାରୁ ଅଧିକ ବେଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ରକୁ ବିମାନ କିମ୍ବା ଛୋଟ ପ୍ଲାଟଫର୍ମରୁ ମଧ୍ୟ ନିକ୍ଷେପ କରାଯାଇପାରିବ । ଏହି ସୁପରସୋନିକ ମିସାଇଲ କୌଣସି ଏୟାରକ୍ରାଫ୍ଟ, ଜାହାଜ କିମ୍ବା ଛୋଟ ପ୍ଲାଟଫର୍ମରୁ ମଧ୍ୟ ନିକ୍ଷେପ କରାଯାଇ ପାରିବ। ଏହି ପରୀକ୍ଷଣ ନିୟମିତ ଅଭ୍ୟାସର ଅଂଶ ଥିଲା ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/indian-air-force-fires-two-brahmos-surface-to-surface-missiles-on-october-21-22.png)