ବଲିଉଡରେ ନିଜର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ସୁଲତାନ ସଲମାନ ଖାନ୍ ନିଜର ଆତ୍ମକଥା ଲେଖିବା ପାଇଁ ଡରନ୍ତି । ଏକତା ଆମେ କହୁନୁ, କହିଛନ୍ତି ନିଜେ ସଲମାନ ଖାନ୍ । ସେ କହିଛନ୍ତି ଆତ୍ମକଥା ଲେଖିବା ପାଇଁ ସେ ଡରନ୍ତି ।
ନିକଟରେ ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କ ବାୟୋଗ୍ରାଫି ଲଞ୍ଚିଂ ସମୟରେ ସଲମାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମାରୋହ ସମୟରେ ସଲମାନ କହିଲେ କି ନିଜ ବାୟୋଗ୍ରାଫି ଲେଖିବା ତାଙ୍କ ପାଇଁ ସବୁଠାରୁ କଷ୍ଟକର କଥା । ମୁଁ ମୋ ଜୀବନରେ ଏପରି କିଛି କେବେ କରିପାରିବି ନାହିଁ ବୋଲି କହିଛନ୍ତି ଦବଙ୍ଗ ଖାନ୍ ।