ବାଧା ସୃଷ୍ଟି କରିପାରିଲାନି ରକ୍ଷଣଶୀଳ ସମାଜ : ବୁଲି ବୁଲି ଘରେ ଘରେ ଅର୍ଡର ପହଞ୍ଚାଉଛନ୍ତି ଜନନୀ ରାଓ, ହାଇଦ୍ରାବାଦର ସ୍ୱିଗି ଗର୍ଲଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା

533

କନକ ବ୍ୟୁରୋ : ହାଇଦ୍ରାବାଦର ସ୍ୱିଗି ଗାର୍ଲ । ସହର ସାରା ବୁଲି ବୁଲି ଘରେ ଘରେ ଅର୍ଡର ପହଞ୍ଚାଉଛନ୍ତି । ୩ ମାସ ତଳେ ସ୍ୱିଗିରେ ଡେଲିଭରି ଓମେନ ଭାବେ ଯୋଗ ଦେଇଥିବା ଏହି ଯୁବତୀଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚା ।

ଡେଲିଭରୀ ଅର୍ଡର ପାଇବା ମାତ୍ରେ ସ୍କୁଟି ଧରି ଗ୍ରାହକ ପାଖରେ ପହଂଚି ଯାଉଛନ୍ତି । ସହର ସାରା ବୁଲି ବୁଲି ସ୍ୱିଗି ଅର୍ଡର ପହଂଚାଉଥିବା ଯୁବତୀ ଜଣକ ହେଉଛନ୍ତି ଜନନୀ ରାଓ । ଯିଏ ଏବେ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଜନନୀ ବୃତିରେ ସ୍ୱିଗିର ଡେଲିଭରୀ ଓମେନ୍ । ୨୦ ବର୍ଷିୟ ଜନନୀ ହାଇବ୍ରାବାଦ ସହରରେ ରୁହନ୍ତି । ଆଉ ଡେଲିଭରୀ ଓମେନ ଭାବେ କାର୍ଯ୍ୟ କରୁଛନ୍ତି ।

https://telanganatoday.com

ଜନନୀ ଏଭଳି ଏକ ଚାକିରି ବାଛି ନେଇଛନ୍ତି ଯାହା ସାଧାରଣତଃ ପୁଅମାନେ କରୁଥିବା ଦେଖିବାକୁ ମିଳେ । ତେବେ କୌଣସି କାମ ଛୋଟ ନୁହେଁ ଏବଂ ଯେଉଁଠି କାମ କଲେ ପାରିଶ୍ରମିକ ମିଳେ ସେହି କାମ କରିବାରେ କୌଣସି ସମସ୍ୟା ନାହିଁ ବୋଲି କୁହନ୍ତି ଜନନୀ । ଏମିତିକି ଜନନୀଙ୍କ ହାତରୁ ସ୍ୱିଗି ଅର୍ଡର ଗ୍ରହଣ କରି ଗ୍ରାହକମାନେ ବି ବେଶ ଖୁସି ।

ପ୍ରାୟ ୩ ମାସ ତଳେ ସ୍ୱିଗିର ଡେଲିଭରୀ ଓମେନ ଭାବେ ଯୋଗ ଦେଇଥିଲେ ଜନନୀ । ଆଉ ଏହି ଅଳ୍ପସମୟ ବ୍ୟବଧାନ ଭିତରେ ବେଶ ଖ୍ୟାତି ଅଜର୍ନ କରିପାରିଛନ୍ତି ଜନନୀ । ଆଉ ନିଜ କାମକୁ ସେ ବେଶ ଉତ୍ସାହର ସହ ଦେଖିବାକୁ ମିଳୁଛି ।