ହାଇଦ୍ରାବାଦରେ ଏକ୍ସପ୍ରେସ୍ ଟ୍ରେନକୁ ଧକ୍କା ଦେଲା ଲୋକାଲ ଟ୍ରେନ : ୩୦ ଯାତ୍ରୀ ଆହତ, ଉଦ୍ଧାରକାର୍ଯ୍ୟ ଜାରି 

622

କନକ ବ୍ୟୁରୋ : ଦୁଇ ଟ୍ରେନ୍ ମୁହାଁମୁହିଁ ଧକା । ହାଇଦ୍ରାବାଦର ନିମ୍ବୋଲି ଆଦାର କାଚେଗୁଡା ରେଲୱେ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା ।  ପ୍ରାଥମିକ ସୂଚନା ଅନୁଯାୟୀ ପ୍ଲାଟଫର୍ମରେ ଛିଡା ହୋଇଥିବା କୋଙ୍ଗୁ ଏକ୍ସପ୍ରେସ ଉପରକୁ ମାଡି ଯାଇଥିଲା ଏମଏମଟିଏସ୍  ଟ୍ରେନ୍  । ଫଳରେ ଦୁଇଟି ଟ୍ରେନ ମୁହାଁମୁହିଁ ପିଟି ହୋଇଥିଲା । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି ।

ଏମଏମଟିଏସର ତିନୋଟି ବଗି ଧାରଣାଚ୍ୟୁତ ହୋଇଥିବା ଜଣାପଡ଼ିଛି। ସିଗନାଲରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଟ୍ରାକ ଦେଇ ଯାଉଥିବା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେଣୁ ଏହି ରୁଟର ଟ୍ରେନ ସୂଚୀକୁ ପରିବର୍ତନ କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି । ରେଳବାଇ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥରେ ପହଞ୍ଚୁଛନ୍ତି ।