ବିଜେଡିକୁ ଫେରିଲେ ଶ୍ରମିକ ନେତା ହୁସେନ ରବି ଗାନ୍ଧି ! ନୀବନ ନିବାସରେ ସୁପ୍ରିମୋଙ୍କୁ ଭେଟିବା ପରେ କହିଲେ ଦଳ ଯାହା ଦାୟିତ୍ୱ ଦେବ ତୁଳାଇବି

258

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଶ୍ରଣ ପର୍ବ ରାଜନୀତି ଜୋର ଧରିଛି । ରୀତିମତ ଭାବେ ଦଳ ଡ଼େଉଁଛନ୍ତି ନେତା । ଟିକେଟ କସରତ ଭିତରେ ନବୀନ ନିବାସରେ ଦେଖିବାକୁ ମିଳିଥିଲା ଯାଜପୁରର ଶ୍ରମିକ ନେତା ହୁସେନ ରବି ଗାନ୍ଧୀଙ୍କୁ । ବିଜେଡିକୁ ଆଜି ତାଙ୍କର ଘର ବାହୁଡା ହୋଇଛି । ତେବେ ହୁସେନ ରବି ଗାନ୍ଧୀ କହିଛନ୍ତି ମୁଁ ଦଳରେ ଥିଲି ୪ ବର୍ଷ ଧରି ନିଷ୍କ୍ରିୟ ଥିଲି ଏବେ ସକ୍ରିୟ ହୋଇଛି । ଦଳ ଯାହା ଦାୟିତ୍ୱ ଦେବ ତୁଲାଇବି ।

ପୂର୍ବରୁ ଦଳପ୍ରତି ଅନେକ ଥର କଟାକ୍ଷ କରିଛନ୍ତି ହୁସେନ ରବି ଗାନ୍ଧି । ତେବେ ଗଣମାଧ୍ୟମର ଏପରି ପ୍ରଶ୍ନର ଉତ୍ତରରେ କହିଥିଲେ ମୁଁ ଦଳର କିଛି ନେତାଙ୍କୁ ସମାଲୋଚନା କରିଛି । କିନ୍ତୁ ନବୀନଙ୍କୁ ମୁଁ ସବୁବେଳେ ଭଲପାଏ ।  ତାଙ୍କୁ ନେଇ ମୁଁ କେବେ କିଛି କହିନି । ୨୦୧୪ ନିର୍ବାଚନ ସମୟରେ ଦଳର କିଛି ନେତା ମୋ ପ୍ରତି ଖରାପ ବ୍ୟବହର କରିଥିଲେ ।  ମନରେ ଦୁଃଖ ଥିଲା ସେଥିପାଇଁ ମୁଁ ନିଷ୍କ୍ରିୟ ଥିଲି । ଏବେ କିନ୍ତୁ ନିସର୍ତ୍ତରେ ମୁଁ ଦଳକୁ ଆସିଛି । ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ ତୁଲାଇବି । ଗୁରୁତପୂର୍ଣ୍ଣ ହେଉ ଅବା ଗୌଣ ଦାୟିତ୍ୱ ହେଉ ମୁଁ ଦଳ ପାଇଁ କାମ କରିବି । ଟିକେଟ ମିଳିବା କଥା ସୁପ୍ରିମୋଙ୍କ ହାତରେ ।