ଢେଙ୍କାନାଳ ମହାବିରୋଡରେ ପାରିବାରିକ କଳହର କରୁଣ ପରିଣତି : ଶ୍ୱଶୁର ଘରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

305

କନକ ବ୍ୟୁରୋ : ସ୍ୱାମୀର ଟାଙ୍ଗିିଆ ଚୋଟରେ ସ୍ତ୍ରୀ ମୃତ । ପାରିବାରିକ କଳହକୁ ନେଇ ଶ୍ୱଶୁର ଘରେ ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ୱାମୀ । ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ପଙ୍ଗାତିରା ଗାଁରେ । ଗାଁର ପ୍ରଫୁଲ ସାହୁଙ୍କ ପୁଅ ଲଳିତ ସାହୁ ସେହି ଗାଁରେ ବିବାହ କରିଥିଲେ । ତେବେ ବିବାହ ପରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା । କଳହରେ ଅତିଷ୍ଠ ହୋଇ ଥାନାରେ ଝିଅ ଘର ଲୋକେ ଅଭିଯୋଗ କରିଥିଲେ । ଏଥିରେ ଘଟଣାର କୌଣସି ସମାଧାନ ଆସିନଥିଲା ।

ଏହାକୁ ନେଇ ଉତ୍ତେଜିତ ହୋଇଉଠିଥିବା ଲଳିତ ଗତକାଲି ରାତିରେ ଶଶ୍ୱୁର ଘରକୁ ଆସି ସ୍ତ୍ରୀ ସହିତ ଝଗଡା କରିଥିଲା । ଏହା ପରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏଥିରେ ଶାଶୁ ଆହତ ହୋଇଛନ୍ତି । ହତ୍ୟାକାଣ୍ଡ ପରେ ପରେ ଲଳିତ ଫେରାର ହୋଇଯାଇଛି । ମହାବିରୋଡ ପୋଲିସ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରୁଛି । ସେପଟେ ସ୍ତ୍ରୀ ହତ୍ୟାକାରୀ ଲଳିତ ସାହୁକୁ ଗିରଫ କରିବାକୁ ଫାଣ୍ଡିଅଧିକାରୀଙ୍କୁ ଘେରିଛନ୍ତି ଗ୍ରାମବାସୀ ।