କଥାରେ ଅଛି ରକ୍ଷକ ଯଦି ରକ୍ଷକ ସାଜେ ଆପଣ ଦୋଷ ଦେବେ କାହାକୁ । ମିରଟର ଦୌରାଲା ଥାନାରେ ଏପରି ଏକ ଭୟଙ୍କର ତଥା ନିନ୍ଦନୀୟ ଘଟଣାର ଅଭିଯୋଗ ଆସିଛି । ଏହି ଅଞ୍ଚଳର ଜଣେ ଭିକ ମାଗୁଥିବା ମହିଳା ଚଳନ୍ତା କାରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ଏହି ମାମଲାର ଯାଞ୍ଚ ପରେ ପୋଲିସ ଜାଣିବାକୁ ପାଇଲା କି ଉକ୍ତ ମହିଳା ତାଙ୍କ ସ୍ୱାମୀ ସହ ମିଶି ଯୁବକଙ୍କ ଠାରୁ ଟଙ୍କା ପାଇବା ପାଇଁ ଏପରି ନକଲି ଅଭିଯୋଗ କରିଥିଲେ । ପୋଲିସର ପଚରାଉଚରା ପରେ ମହିଳା ଜଣକ ନିଜ ସ୍ୱାମୀ ବିରୋଧରେ ସବୁ ସତ କଥା କହିଥିଲେ । ସବୁକଥା ଶୁଣି ସାରି ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିବା କଥା ପୋଲିସ ପ୍ରକାଶ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Own-wife.jpg)