ଭୋକିଲାଙ୍କୁ ମୁହଁରେ ହସ ଫୁଟାଉଛନ୍ତି ହାଇଦ୍ରବାଦର ଅଜହର ! ୬ବର୍ଷ ହେବ ମାଗଣାରେ ଯୋଗାଉଛନ୍ତି ଖାଦ୍ୟ

43

ଆଜିକାଲି ଦୁନିଆ ଏପରି ହେଲାଣି ଲୋକେ ନିଜକୁ ନେଇ ବ୍ୟସ୍ତ । ଅନ୍ୟ କଥା ଚିନ୍ତା କରିବା ପାଇଁ କାହା ପାଖରେ ଯେପରି ସମୟ ହିଁ ନାହିଁ । ବର୍ତ୍ତମାନ ସମୟରେ କାହାର ଦୁର୍ଘଟଣା ହେଲେ ଲୋକେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ତା’ର ଭିଡ଼ିଓ ତିଆରି କିରବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ସେହିପରି ଆଜିକା ସ୍ୱାର୍ଥପର ଦୁନିଆରେ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ କେତେ ଲୋକ ଅଛନ୍ତି ବା ଚିନ୍ତା କରନ୍ତି । ବହୁତ କମ ଲୋକ ଅନ୍ୟର ଦୁଃଖ ବୁଝି ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତି । ଏମିତି ଜଣେ ନିଆରା ମଣିଷ ହେଲେ ସୈୟଦ ଉସମାନ ଅଜହର ମକସୁଦୀ । ହାଇଦ୍ରାବାଦ ବାସିନ୍ଦା ଅଜହର ବିଗତ ଛଅ ବର୍ଷ ଧରି ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି । ଫ୍ଲାଇଓଭର ତଲେ ଥାଳିଆ ନେଇ ଚଟାଇ ଉପରେ ବସିଥିବା ଭିକାରୀ, ଭୋକିଲା ଓ ଗରିବ ଲୋକଙ୍କୁ ପ୍ରତିଦିନ ଅପରାହ୍ନରେ ଆସି ଗରମ ଗରମ ଭାତ ଓ ଡାଲି ପରସନ୍ତି ।

ହାଇଦ୍ରବାଦର ଦବିରପୁରା ପାଖରେ ଥିବା ଫ୍ଲାଇଓଭରରେ ଏପରି ଦୃଶ୍ୟ ସବୁଦିନ ଦେଖିବା ପାଇଁ ମିଳେ । ଗତ ୨୦୧୨ ମସିହାରୁ ଏହି ଦୃଶ୍ୟ ସୁବୁଦିନ ଦେଖିବା ପାଇଁ ମିଳୁଛି । ଏପରି ଗୋଟିଏ ଦିନ ନାହିଁ ଯେଉଁଦିନ ସହରର ଫ୍ଲାଇଭଓର ତଳେ ଛିନଡ଼ା ହୋଇଥିବା ଗରିବ ଭିକାରୀଙ୍କୁ ଖାଇବା ମିଳେନି । ଅଜହରଙ୍କ ମତରେ ଭୋକର କୌଣସି ଧର୍ମ ନଥାଏ । ମାତ୍ର ୪ ବର୍ଷ ବୟସରୁ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ । ଆଉ ସେବଠାରୁ ଭୋକିଲା ରହିବାର କଷ୍ଟ ସେ ଅନୁଭବ କରିଛନ୍ତି । ଏଥିପାଇଁ ଭୋକିଲାଙ୍କ କଷ୍ଟକୁ ଦୂର କିରବା ପାଇଁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରନ୍ତି ।

ଉକ୍ତ ଫ୍ଲାଇଓଭର ତଳେ ଛଅ ବର୍ଷ ପୂର୍ବରୁ ଜଣେ ଅଚିହ୍ନା ମହିଳାଙ୍କ ସହ ସାକ୍ଷାତ ହୋଇଥିଲା । ଯାହାଙ୍କଠାରୁ ଭୋକିଲାଙ୍କୁ ଖାଦ୍ୟ ଖୁଆଇବାର ପ୍ରେରଣା ମିଳିଥିଲା ବୋଲି ସେ କହନ୍ତି । ୩୬ ବର୍ଷିୟ ଅଜହର ଉକ୍ତ ଘଟଣାକୁ ମନେ ପାକାଇ କୁହନ୍ତି, ଜଣେ ମହିଳା ଭୋକରେ ଛଟପଟ ହେଉଥିଲେ । ଆଉ ସେବେଠାରୁ ତାଙ୍କୁ ଖାଦ୍ୟ ଖୁଆଇବାର ନିଷ୍ପତ୍ତି ନେଇଥିଲେ । ଆଉ ସେବେଠାରୁ ଅଜହର ନଷ୍ପତ୍ତିି ନେଇଥିଲେ ତାଙ୍କ ସୀମିତ ସମ୍ବଳ ଭିତରେ ଯଥାସମ୍ଭବ ଭୋକିଲାଙ୍କ ପେଟ ଭରିବା ପାଇଁ ସେ ଚେଷ୍ଟା କରିବେ । ପ୍ରାରମ୍ଭରେ ତାଙ୍କ ସ୍ତ୍ରୀ ଘରେ ଖାତ୍ୟ ରୋଷେଇ କରୁଥିଲେ ଏବଂ ସେ ଭୋକିଲାଙ୍କୁ ଖାଦ୍ୟ ଯୋଗାଉଥିଲେ । ଆରମ୍ଭରେ ପ୍ରାୟ ୩୦ରୁ ୩୫ ଜଣକୁ ଖାଦ୍ୟ ଖୁଆଉିଲେ ଅଜହର । ଏବେ ସେମାନଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଛି । ଅଜହର ଏକ ସଂସ୍ଥା ମଧ୍ୟ ଚଳାନ୍ତି, ଯାହାର ନାମ ସନି ୱେଲଫେୟାର ଫାଉଣ୍ଡେସନ୍ । ଉକ୍ତ ସଂସ୍ଥା ଖାଦ୍ୟ ରୋଷେଇ କରିବା ପାଇଁ ଏବେ ୨ ଜଣ ରୋଷେଇଆ ନିଯୁକ୍ତ କରିଛନ୍ତି ।

୩ ବର୍ଷ ପୂର୍ବରୁ ଅଜହର ସିକନ୍ଦରାବାଦ ସ୍ଥିତ ଗାନ୍ଧି ମେଡ଼ିକାଲରେ ମଧ୍ୟ ଭୋକିଲାଙ୍କୁ ଖାଦ୍ୟ ଖୁଆଇବାର କାମ ଆରମ୍ଭ କରିଦେଇଥିଲେ । ପ୍ରତିଦିନ ସେଠେରେ ୧୫୦ ରୁ ୨୦୦ ଲୋକଙ୍କୁ ଖାଦ୍ୟ ଖୁଆନ୍ତି । ଫାଉଣ୍ଡେସନ କିଛି ଏନଜିଓ ସହ ମିଳତ ଭାବେ ବେଙ୍ଗାଲୁରୁ, ଗୁଆହାଟୀ, ରାୟଚୁର ସହରରେ ପ୍ରତିଦିନି ଆହାର କାର୍ଯ୍ୟକ୍ରମ ସଂଚାଳନ କରନ୍ତି ।

ଅଜହର କହନ୍ତି, ସେ ଆଜି ବହୁତ ଖୁସି । ଦିନେ ସେ ଏକା ଏହି କାମ ଆରମ୍ଭ କରିଥିଲେ । କିନ୍ତୁ ଆଜି ଅନେକ ଲୋକ ଓ ସଂଗଠନ ତାଙ୍କ କାମ ଦ୍ୱାରା ପ୍ରେରିତ । ସେ କହନ୍ତି ତାଙ୍କ ସ୍ୱପ୍ନ ସେବେ ସାକାର ହେବ ଯେବେ ଦୁନିଆରେ ଆଉ ଭୋକିଲା ରହିବେ ନାହିଁ । ଦବିରପୁରା ନିକଟରେ ତାଙ୍କର ପ୍ଲାଷ୍ଟର ଅଫ୍ ପେରିସର ଦୋକାନ ଅଛି । ଯେଉଁଠି ସେ ସବୁଦିନ ସକାଳ ଓ ସନ୍ଧ୍ୟାରେ କିଛି ସମୟ ବିତାନ୍ତି । ବାକି ସମୟ ତମ ଭୋଜନ ତିଆରି ହେଉଥିବାସ୍ଥଳରେ ଥାଆନ୍ତି । ଗତ ସପ୍ତାହରେ ବଲିଉଡ଼୍ ଅଭିନେତା ସଲମାନ୍ ଖାନ୍ ତାଙ୍କ କାର୍ଯ୍ୟକ୍ରମ ବିଇଙ୍ଗ୍ ହ୍ୟୁମାନରେ ଭାଗ ନେବା ପାଇଁ ତାଙ୍କୁ ମୁମ୍ବାଇ ଆମନ୍ତ୍ରିତ କରିଥିଲେ ।