କନକ ବ୍ୟୁରୋ : କରୋନା କଟକଣା ପାଇଁ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଏଭଳି ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଜଟଣୀ ଅଞ୍ଚଳରେ ଥିବା ବଜରଙ୍ଗୀ ଅନୁଷ୍ଠାନ ପକ୍ଷରୁ ମାନସିକ ବିକୃତ ଓ ଅସହାୟ ଅବସ୍ଥାରେ ବୁଲୁଥିବା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି । ସେହିଭଳି ବିଭିନ୍ନ ସାମାଜିକ କର୍ମୀମାନେ ମଧ୍ୟ ଲୋକଙ୍କୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି ।

Advertisment

ସେହିପରି ସାରା ଦେଶରେ ଲକଡାଉନର ପ୍ରଭାବ ପଡିଥିବା ବେଳେ ସବୁଠୁ ଅଧିକ ସମସ୍ୟାରେ ପଡିିଛନ୍ତି ଦିନମଜୁରିଆ ଓ ଖଟିଖିଆ ଶ୍ରେଣୀର ଲୋକ । କିଛି ଲୋକଙ୍କ ରୋଜଗାର ସଂପୂର୍ଣ୍ଣ ଠପ ହୋଇଯାଇଥିବା ବେଳେ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଏଭଳି ପରିସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଝାରସୁଗୁଡା ଜିଲ୍ଲା ପୋଲିସ । ରୋଜଗାର ହରାଇଥିବା ପରିବାରକୁ ଶୁଖିଲା ଖାଦ୍ୟ ଦେଇଛନ୍ତି । ସେହିପରି ନିରାଶ୍ରୟ ପରିବାରକୁ ସ୍ୱେଛାସେବୀମାନେ ରନ୍ଧାଖାଦ୍ୟ ଦେଇଛନ୍ତି ।

ସେପଟେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମାନ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ଓ ବାଲିଗୁଡାରେ ରନ୍ଧାଖାଦ୍ୟ ଦିଆଯାଉଛି ।