କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଗୀତ ଗାଇ ବିବାଦୀୟ ହେବା ପରେ ହ୍ୟୁମାନ ସାଗରଙ୍କ ସଫେଇ । ସେ ଏକ ଭିଡିଓ ଜାରରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ତାଙ୍କ ପଛରେ ନପଡି କରୋନା ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତେ ଉଦ୍ୟମ କରନ୍ତୁ । କରୋନା ଭାଇରସ ସଂକ୍ରମଣ ନହେବା ପାଇଁ ସମସ୍ତେ ଉଦ୍ୟମ କରିବା ସହ ସମସ୍ତେ ସଚେତନତା ଓ ସତର୍କତା ଅବଲମ୍ବନ କରନ୍ତୁ । ନାରୀ ଜାତି ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ।
ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଗାଇ ପଡିଥିଲେ ଅଡୁଆରେ ପଡିଥିଲେ ହ୍ୟୁମାନ ସାଗର । କରୋନା ନାଁ ଶୁଣିଲେ ଲୋକ ଛାନିଆ ହୋଇଯାଉଥିବା ବେଳେ ଏଭଳି ଏକ ଗୀତକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ‘କରୋନା’ ଶବ୍ଦଟିକୁ ସମଗ୍ର ବିଶ୍ବ ଅତ୍ୟନ୍ତ ଗୁରୁତ୍ବର ସହ ନେଇଥିବା ବେଳେ କଣ୍ଠଶିଳ୍ପୀ କିଭଳି ଏହାକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କଲେ ସେ ନେଇ ସେମାନେ ପ୍ରଶ୍ନ ଉଠିଥିଲା । ତା’ ଛଡ଼ା ଏଥିରେ ସେ ଝିଅକୁ ମହାମାରୀ ସହ ତୁଳନା କରି ସମଗ୍ର ନାରୀ ଜାତିକୁ ଅପମାନିତ କରିଛନ୍ତି ବୋଲି ଷ୍ଟେଟ୍ ଓମେନ୍ ଅର୍ଗାନାଇଜେସନ ଫର ଡେଭଲପ୍ମେଣ୍ଟ, ନାରୀ ସୁରକ୍ଷା ମଞ୍ଚ, ୟୋର୍ସ ଅଫ୍ ହୋପ୍ ଫାଉଣ୍ଡେସନ, କଳିଙ୍ଗ ଜାଗୃତି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏଭଳି ଗୀତ ଗାଇବା ଉଚିତ ନଥିଲା ବୋଲି ଅନେକ ସଂଗୀତଜ୍ଞ କହିବା ସହ ବିରୋଧ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/1-16.jpg)