ସବୁବେଳେ ଅନ୍ ରଖନ୍ତୁ ଏକ ସ୍ୱତନ୍ତ୍ର ସେଟିଂ ! ଫୋନ୍ ଚୋରି ହେଲେ କାମରେ ଆସିବ,ସୁରକ୍ଷିତ ରହିବ ସମସ୍ତ ଡାଟା

39

ପ୍ରାୟ ସମସ୍ତ ସ୍ମାର୍ଟଫୋନ୍ ବ୍ୟବହାରକାରୀ ନିଜର ମୋବାଇଲରେ ଜରୁରୀ ଡାଟା ସେଭ୍ କରି ରଖିଥାଆନ୍ତି । ଏଥିରେ ଫଟୋ, ଭିଡ଼ିଓ , ଆପ୍, ଡକ୍ୟୁମେଂଟ ପରି ଅନେକ ଜିନିଷ ମହଜୁଦ ଥାଏ । ଏପରିସ୍ଥଳେ ଆପଣଙ୍କ ଫୋନ୍ ଅନ୍ୟ କେହି ବ୍ୟବହାର କଲେ ଡାଟା ଚୋରୀ ହେବାର ଭୟ ଅଧିକ ଥାଏ । ଏଥିପାଇଁ ଆପଣଙ୍କ ଫୋନକୁ ସୁରକ୍ଷିତ ରଖିବା ଜରୁରୀ । ଯାହାଦ୍ୱାରା କେହି ଦୁର୍ବୃତ୍ତ ଆପଣଙ୍କ ଡାଟା ଚୋରି କରିପାରିବ ନାହିଁ । ତେବେ ଆସନ୍ତୁ ଜାଣିବା ଏକ ଉପାୟ ଜରିଆରେ ଆପଣ ନିଜ ଡାଟାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବେ । ସୂଚନାଯୋଗ୍ୟ ଏହି ସେଟିଂ ଜରିଆରେ ଆପଣ ହ୍ୱାଟସଆପ୍, ଫେସବୁକ୍ ଓ ଫୋନ୍ କଣ୍ଟାକ୍ଟକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଆପର ଦରକାର ପଡ଼ିବ ନାହିଁ ।

smartphones
image courtesy – www.financialexpress.com

ଜାଣନ୍ତୁ କିପରି କରିବେ ସେଟିଂ-

୧. ସର୍ବପ୍ରଥମେ ଆପଣଙ୍କୁ ସ୍ମାଟଫୋନ୍ ସେଟିଂ ଯିବାକୁ ପଡ଼ିବ ।

୨. ଫୋନ ସେଟିଂକୁ ଯିବା ପରେ ଆପଣଙ୍କୁ ୟୁଜର ଅପ୍ସନ ନଜର ଆସିବ । ଏବେ ଏଠାରେ ଆପଣ ଟାପ କରନ୍ତୁ ।

୩. ଏବେ ଆପଣଙ୍କ ସାମ୍ନାରେ ୟୁଜର ଉଇଣ୍ଡୋ ଖୋଲିବ । ଏଠାରେ ଆପଣଙ୍କ ନାମ ସହ ଗେଷ୍ଟ ଅପ୍ସନ ଦେଖାଦେବ ।

image courtesy – www.simplemost.com

୪. ଏଠାରେ ଆପଣଙ୍କୁ ଆଡ଼୍ ୟୁଜରର ବିକଳ୍ପ ମଧ୍ୟ ଦେଖାଯିବ । ଏଠାରେ ଟାପ୍ କରନ୍ତୁ । ଆପଣଙ୍କ ସାମ୍ନାରେ ୟୁଜରଙ୍କୁ ଏଣ୍ଡ କରିବାର ମେସେଜ ଆସିବ । ଏଠାରେ ଓକେ କରନ୍ତୁ ।

୫. ଏବେ ଆପଣଙ୍କ ପାଖକୁ ୟୁଜର ସେଟିଂ ପାଇଁ ମେସେଜ ଆସିବ । ଯେଉଁଠି ଆପଣଙ୍କୁ ସେଟ୍ ଅପ ନାଓ ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ । ଏବେ ଏଠାରେ ନେକ୍ସଟ ମାରି ଆଗକୁ ଯାଆନ୍ତୁ ।

୬. ଏହି ପ୍ରକିୟା ପରେ ୟୁଜରଙ୍କ ତାଲିକାରେ ୟୁଜର ଯୋଡ଼ି ହୋଇଯିବ ।