ଡିଲିଟ୍ ହୋଇଥିବା ହ୍ୱାଟସଆପ ମେସଜକୁ ପଢ଼ିବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି କୌଶଳ

126

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ କିଛି ଦିନ ପୂର୍ବରୁ ଏକ ଫିଚର ଲଂଚ କରିଥିଲା, ଯାହାଦ୍ୱାରା ଆପଣ ଭୁଲରେ ପଠାଇଥିବା ମେସେଜ ଡିଲିଟ୍ ହୋଇପାରିବ । ଏହାର ଅର୍ଥ ଅନ୍ୟମନସ୍କ ହୋଇ କିମ୍ବା ଭୁଲରେ ଯଦି ଅନ୍ୟ କାହାକୁ ମେସେଜ ପଠାଇ ଦେଇଛନ୍ତି, ତେବେ ଆଉ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ିବ ନାହିଁ । ପ୍ରକୃତକଥା ହେଲା ହ୍ୱାଟସଆପରେ ମେସଜ୍ ଡିଲିଟ୍ କରିବାର ଅପ୍ସନ ଦିଆଯାଇଛି, ଯେଉଁଠି ସେଣ୍ଡର ଓ ରିସିଭର ଉଭୟ ପଟୁ ମେସେଜ ଡିଲିଟ୍ ହୋଇ ପାରିବ । କିନ୍ତୁ ଏକ ଉପାୟ ଅଛି ଯାହାଦ୍ୱାରା ଡିଲିଟ୍ କରାଯାଇଥିବା ମେସେଜ ପଢ଼ାଯାଇପାରିବ । ଏହାକୁ ହ୍ୱାଟସସଆପ ଫିଚରର ଦୁର୍ବଳତା କୁହଯାଇପାରେ । ଲାଗୁଛି କମ୍ପାନୀ ଏହି ଫିଚର ଲଂଚ ସମୟରେ ଅଧିକ ଗୁରୁତ୍ୱ ଦେଇନାହିଁ ।

whatsappସ୍ପେନରେ ଏକ ବ୍ଲଗ ଅନୁସାରେ ସପ୍ଟଓୟାର ଜରିଆରେ ଡିଲିଟ୍ କରାଯାଇଥିବା ହ୍ୱାଟସଆପ୍ ମେସେଜ ପରେ ମଧ୍ୟ ପଢ଼ାଯାଇ ପାରିବ । ଏକ ରିପୋର୍ଟରେ କୁହାଯାଇଛି, ହ୍ୱାଟସଆପରେ ସମସ୍ତ ମେସେଜ୍ ଆଣ୍ଡ୍ରଏଡ଼୍ ସିଷ୍ଟମର ନୋଟିଫିକେସନ ରେଜିଷ୍ଟରରେ ଷ୍ଟୋର ହୋଇଯାଏ । ଏଥପାଇଁ ଆପଣଙ୍କୁ କେବଳ ରେକର୍ଡ଼ ଦେଖିବା ପାଇଁ ପଡ଼ିବ ଏବଂ ଆପଣ ଡିଲିଟ୍ କରାଯାଇଥିବା ମେସେଜ୍ ପଢ଼ି ପାରିବେ ।

ଉଦାହଣ ସ୍ୱରୂପ ଆପଣ କାହାକୁ ହ୍ୱାଟସଆପରେ କିଛି ମେସଜ ପଠାଇଛନ୍ତି ଓ ଡିଲିଟ୍ କରିଦେଇଛନ୍ତି । କିନ୍ତୁ ଆପଣ ଯାହାକୁ ମେସେଜ ପଠାଇଛନ୍ତି, ଯଦି ତାଙ୍କ ପାଖରେ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ ଅଛି ତେବେ ନୋଟିଫିକେସନ ସେଟିଂ ଜରିଆରେ ଡିଲିଟ କରାଯାଇଥିବା ମେସେଜ ପଢ଼ିପାରିବେ । ଏହି ବ୍ଲଗରେ କୁହାଯାଇଛି ନୋଟିଫିକେସନ ହିଷ୍ଟ୍ରି ନାମକ ଏକ ଥାର୍ଡ଼ ପାର୍ଟି ଆପ ଅଛି, ଯାହାକୁ ଆପଣ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ଼୍ କରିପାରିବେ । ଏହି ଆପ୍ ଜରିଆରେ ନୋଟିଫିକେସନ ହିଷ୍ଟ୍ରି ସେଟିଂକୁ ଯାଇ ମେସେଜ୍ ପଢ଼ିହେବ ।

ଏହି ଆପ୍ ଇନଷ୍ଟୋଲ୍ କରିବା ପରେ ମୋବାଇଲକୁ ଆସୁଥିବା ନୋଟିଫିକେସନ୍ ସହ ଏକ ଅପ୍ସନ ମିଳିବ । ଏଠାରେ ଟାପ୍ କରି ଆପଣ ନୋଟିଫିକସନର କଣ୍ଟେଟ ପଢ଼ିପାରିବେ । ଯଦି ମେସେଜ ପଠାଇ ଥିବା ବ୍ୟକ୍ତି ଜଣକ ହ୍ୱାସଆପରୁ ମେସେଜ ଡିଲିଟ୍ କରିଦେଇଥାଆନ୍ତି , ତେବେ ଆପଣ ଏହ ନୋଟଫିକେସନ୍ ଜରିଆରେ ମେସେଜ ପଢ଼ିପାରିବେ । ମେସେଜ ପଠାଇ ସାରିବା ପରେ ମେସେଜ ପଠାଇଥିବା ବ୍ୟକ୍ତି ଜଣକ ଫୋନ୍ ରିଷ୍ଟାଟ୍ କରିଦିଅନ୍ତି ତେବେ ଆପଣ ମେସେଜ ପଢ଼ିପାରିବେ ନାହିଁ । ଏହା ବ୍ୟତୀତ ଏହାର ଆଉ ଏକ ଦୁର୍ବଳତା ହେଲା ଏହି ଉପାୟରେ ଅଧିକ ଅକ୍ଷର ଆପଣ ପଢ଼ିପାରିବେ ନାହିଁ । ପ୍ରଥମ ୧୦୦ ଅକ୍ଷର ପଢ଼ିବା ପରେ ଆପଣ ଆଉ ମେସେଜ ପଢ଼ିପାରିବେ ନାହିଁ ।

ନୋଟିଫିକେସନରୁ ଡିଲିଟ୍ କରାଯାଇଥିବା ମେସେଜକୁ ପୁଣି ଦେଖିବା ପାଇଁ ଏହି ଉପାୟ କେବଳ ଆଣ୍ଡ୍ରଏଡ଼୍ ଫୋନରେ ହିଁ ଲାଗୁ ହେବ । ତେବେ ଏନେଇ ବତ୍ତର୍ମାନ ହ୍ୱାଟସଆପ ତରଫରୁ କୌଣସି ସୂଚନା ମିଳିନାହିଁ । ତେବେ ଯାହା ଜଣାପଡ଼ୁଛି ଆଗକୁ କମ୍ପାନୀ କିଛି ନୂଆ ଅପଡ଼େଟ୍ କରିପାରେ । ଆଉ ଏହି ଦୁର୍ବଳତାକୁ ସୁଧାରିବା ପାଇଁ ନିଶ୍ଚୟ ଚେଷ୍ଟା କରିବ କମ୍ପାନୀ ।