ଲକ୍‌ଡାଉନ୍‌ର ସୁଯୋଗ ନେଉଛନ୍ତି ଅନ୍‌ଲାଇନ୍‌ ଠକ : : ଫେକ୍ ମେସେଜରୁ ଦୂରେଇ ରୁହନ୍ତୁ, ଠକାମିରୁ ବଞ୍ଚନ୍ତୁ

Advertisment
ଲକ୍‌ଡାଉନ୍‌ର ସୁଯୋଗ ନେଉଛନ୍ତି ଅନ୍‌ଲାଇନ୍‌ ଠକ : : ଫେକ୍ ମେସେଜରୁ ଦୂରେଇ ରୁହନ୍ତୁ, ଠକାମିରୁ ବଞ୍ଚନ୍ତୁ

କନକ ବ୍ୟୁରୋ : ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରୁଥିବା ବେଳେ ଏହାର ସୁଯୋଗ ନେଉଛନ୍ତି କିଛି ଅନ୍‌ଲାଇନ୍‌ ଠକ । ଏହି ଠକମାନେ ନୂଆ ନୂଆ କୌଶଳ ଅବଲମ୍ବନ କରି ଅନ୍‌ଲାଇନ୍‌ରୁ ଟଙ୍କା ଓ ତଥ୍ୟ ଚୋରି କରୁଛନ୍ତି। କରେନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଲୋକେ ଘରେ ବସିବା କାରଣରୁ ଅଧିକାଂଶ ସମୟ ଅନ୍‌ଲାଇନ୍‌ରେ ବିତାଉଛନ୍ତି।

ଏହାର ସୁଯୋଗ ନେଇ ଅନେକ ଅନ୍‌ଲାଇନ୍‌ ସାଇଟ୍‌ ଓ ଆପ୍‌ ସାଧାରଣ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି। ନିଜ ବିଷୟରେ ସବିଶେଷ ତଥ୍ୟ ଦେଲେ କିମ୍ବା ଆପ୍‌କୁ ଡାଉନ୍‌ଲୋଡ୍‌ କଲେ ସଂପୃକ୍ତ ଅଞ୍ଚଳରେ ଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ସଂପର୍କା ଆପ୍‌ ବା ୱେବ୍‌ସାଇଟ୍‌ ପକ୍ଷରୁ ସୂଚୀତ କରାଯିବ ବୋଲି କୁହାଯାଉଛି। ଫଳରେ ଅନେକ ଜଣ ଏପରି ଅନ୍‌ଲାଇନ୍‌ ଠକମାନଙ୍କୁ ନଚିହ୍ନି ପାରିବାରୁ ଅନ୍‌ଲାଇନ୍‌ ଠକାମିର ଶିକାର ହେଉଛନ୍ତି।

ଏହି ପ୍ଲାଟଫର୍ମଗୁଡ଼ିକରେ ବ୍ୟବହାରକାରୀଙ୍କୁ ଆକାଉଣ୍ଟ୍‌ ଡିଟେଲ୍ସ, କାର୍ଡ ଡିଟେଲ୍‌ସ, ପିନ୍‌ ଓ ଓଟିପି ଆଦି ମଗାଯାଉଛି। ତେଣୁ ସରକାରଙ୍କ ପକ୍ଷରୁ ଏଭଳି ସବୁ ଆପ୍‌ ସହ ଯୋଡ଼ି ନହେବା ପାଇଁ ବ୍ୟବହାରକାରୀଙ୍କୁ ଅନୁରୋଧ କରାଯାଇଛି। ସରକାରଙ୍କ ପକ୍ଷରୁ ଲଞ୍ଚ୍‌ ହୋଇଥିବା ‘ଆରୋଗ୍ୟ ସେତୁ’ ଆପ୍‌ ଜରିଆରେ କରୋନା ସଂପର୍କିତ ସମସ୍ତ ତଥ୍ୟ ମିଳିପାରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe