ବିଭିନ୍ନ ପ୍ରକାର ୱେବସାଇଟ ବ୍ୟବହାର କରୁଛନ୍ତି କି ? ସାବଧାନ . . . . ଆପଣଙ୍କ ଉପରେ ରହିଛି ନଜର, ଜାଣନ୍ତୁ କିପରି ରଖିବେ ନିଜ ବ୍ୟକ୍ତିଗତ ତଥ୍ୟକୁ ସୁରଖିତ ?

41

ଡାଟାଲିକ୍ ମାମଲା ପରେ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବଗଙ୍କୁ ଆମେରିକା କଂଗ୍ରେସରେ ବିଭିନ୍ନ କଡ଼ା ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେଠାରେ ତାଙ୍କୁ ପ୍ରଶ୍ନ ପଚାରିବା ସମୟରେ ସେ ସ୍ୱୀକାର କରିଥିଲେ, ତାଙ୍କ କମ୍ପାନୀ ଫେସବୁକ ବ୍ୟବହାର କରୁନଥିବା ବ୍ୟକ୍ତିଙ୍କର ଡାଟା ଏକାଠି କରି ଟ୍ରାକ କରେ । ତେବେ ମାର୍କ ଜୁକରବର୍ଗ ଡାଟା ଟ୍ରାକ ନେଇ ସ୍ୱୀକାରୋକ୍ତି ଦେଲେ ମଧ୍ୟ ଆଉ ଅନେକ ଏପରି କମ୍ପାନୀ ଅଛନ୍ତି, ଯେଉଁମାନେ ଆପଣଙ୍କ ଉପରେ ଗୁପ୍ତ ନଜର ରଖୁଛନ୍ତି । ଆପଣ ବ୍ୟବହାର କରୁଥିବା ଅନେକ ୱେବସାଇଟ୍ ଆପଣଙ୍କୁ ଟ୍ରାକ୍ କରି ଡାଟା ନିଜ ପାଖରେ ରଖନ୍ତି । ତେବେ ଏଥିରୁ ବଂଚିବା ପାଇଁ ଆପଣଙ୍କୁ ଟିକିଏ ଅଧିକ ସାବଧାନ ହେବାକୁ ପଡ଼ିବ ।

ତେବେ ଏଥିପାଇଁ ମୋଜିଲା ଫାୟାରଫକ୍ସ ପାଖରେ ଏହି ସମସ୍ୟାର ସମାଧାନ ରହିଛି । ଯଦି ଆପଣ ଆଇଫୋନ୍ କିମ୍ବା ଆଇପ୍ୟାଡ଼୍ ୟୁଜର ତେବେ ବ୍ରାଉଜର ଜରିଆରେ ନିଜକୁ ଆପଣ ସୁରକ୍ଷିତ ରଖିପାରିବେ । ନିକଟରେ ମୋଜିଲା ସ୍ପଷ୍ଟ କରିଛି, ଫାୟାରଫକ୍ସ ବ୍ରାଉଜରରେ ଅଛି ଟ୍ରାକିଂ ଆକ୍ଟିଭେସନର ଅପ୍ସନ । ଯାହା ୱେବସାଇଟରେ ଥିବା ଟ୍ରାକିଂ ସପ୍ଟୱେରକୁ ବ୍ଲକ୍ କରେ । ଯଦ୍ୱାରା ୱେବସାଇଟ୍ ପବ୍ଲିସର୍ସ, ଆଡ଼ଭାଟାଇଜିଂ କମ୍ପାନୀ ଓ ଗୁଗଲ କିମ୍ବା ଫେସବୁକ ପରି ଟେକ୍ କମ୍ପାନୀ ଗୁଡ଼ିକ ଆପଣଙ୍କ ଗତିବିଧି ଉପରେ ନଜର ରଖିପାରନ୍ତି ନାହିଁ ।

ଫାୟାରଫକ୍ସର ଉପସଭାପତି କହିଛନ୍ତି, ମୋଜିଲାରେ ଆମେ ସବୁବେଳେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅଧିକ ଧ୍ୟାନ ଦେଉ ଏବଂ ବ୍ୟକ୍ତିଗତ ତଥ୍ୟ କିପରି ସୁରକ୍ଷିତ ରହିବ ସେନେଇ ସବୁବେଳେ ଚେଷ୍ଟାରତ । ଆଉ ସେ କହିଛନ୍ତି ଏହା ବ୍ୟବହାର କରିବା ଦ୍ୱାରା ଗ୍ରାହକଙ୍କ ପାଖରେ ଥାଏ ସମ୍ପୂର୍ଣ୍ଣ ନିୟନ୍ତ୍ରଣ । ସେମାନେ ତାଙ୍କ ହିସାବରେ ହିଁ କିଛି ସେୟାର କରିବେ । ୟୁଜରଙ୍କ ବିନା ଅନୁମତିରେ କିଛି ବ୍ୟବହାର କରାଯାଇପାରିବ ନାହିଁ । ସୂଚନାଯୋଗ୍ୟ ୱେବବ୍ରାଉଜର ଏକ ଏମିତି ୱେବସାଇଟ୍ ଯାହା ସମସ୍ତ ପ୍ରକାର ଟ୍ରାକରକୁ ବ୍ଲକ କରେ । ଯାହାଦ୍ୱାରା ଆପଣଙ୍କୁ ଟ୍ରାକ୍ କରାଯାଇପାରିବ ନାହିଁ ।