ଉଜ୍ଜଳା ଓ ପଧାନମନ୍ତ୍ରୀ ଆବାସ ଯୋଜନା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ତୃତୀୟ ଯୋଜନା ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହି ଯୋଜାନର ଆରମ୍ଭ ପାଇଁ ଛତିଶଗଡ଼ ରାଜ୍ୟକୁ ଚୟନ କରାଯାସିଛି । ମୋଦି ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ୧୪ ଏପ୍ରିଲରୁ ଆରମ୍ଭ୍ ହେବ ଯୋଜନା । ଛତିିଶଗଡ଼ର ନକ୍ସଲ ପ୍ରଭାବିତ ଅଂଚଳ ବିଜାପୁର ଜାଙ୍ଗଲାରେ ପୁରା ଦେଶରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଅନୁସାରେ ପ୍ରତି ବର୍ଷ ୧୦ କୋଟି ପରିବାରଙ୍କୁ ଉତ୍ତମ ଚିକିତ୍ସା ପାଇଁ ୫-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ । ଏହି ଯୋଜନାକୁ ମୋଦି କେୟାର ନାମ ଦିଆଯାଇଛି । ମୋଦି କେୟାର ଯୋଜନା ଅନୁସାରେ ଉଭୟ ଗ୍ରାମୀଣ ଓ ସହରାଂଚଳରେ ବସବାସ କରୁଥିବା ଲୋକେ ଲାଭ ଉଠାଇପାରିବେ । ତେବେ ଏଥିପାଇଁ ରହିଛି କିଛି ସର୍ତ୍ତ ।

Advertisment

ସରକାର ପ୍ରତ୍ୟେକ ପରିବାରକୁ ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରାଇବାର ସୁବିଧା ମିଳିବ । ଯୋଜନା ଅନୁସାରେ ଗୋଟିଏ ପରିବାର ଯେତେଜଣ ସଦ୍ୟ ଥିଲେ ମଧ୍ୟ ସମସ୍ତେ ଏହି ଯୋଜନା ଲାଭ ଉଠାଇ ପାରିବେ । ସମସ୍ତେ ଯୋଜନାର ଲାଭ ଉଠାଇପାରିବେ ବୋଲି ଏଥିପାଇଁ ଏକ କାଉନସିଲ ଗଠନ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିବେ ।

publive-image

ଗ୍ରାମାଂଚଳରେ ରହୁଥିବା ଲୋକଙ୍କ ପାଇଁ ରହିଛି କିଛି ସର୍ତ୍ତ -
- ମାଟି ଘର ରହୁଥିବା ପରିବାର, ଖପର ଘରେ ରହୁଥିବେ ପରିବାରଙ୍କୁ ଏହି ସୁବିଧା ମିଳିବ ।
- ମହିଳା ମୁଖିଆ ଥିବା ପରିବାର, ଯେଉଁଠି ୧୬ରୁ ୫୯ ବର୍ଷ ମଧ୍ୟରେ କୌଣସି ପୁରୁଷ ସଦସ୍ୟ ନଥିବେ ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ।
- ଏହା ବ୍ୟତୀତ ଯେଉଁ ପରିବାରରେ ଦିବ୍ୟାଙ୍ଗ ସଦସ୍ୟ ଥିବେ ଓ ଦେଖାରଖା କରିବା ପାଇଁ କେହି ବଡ଼ ଲୋକ ନଥିିବେ ତାଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।
- ଏସି ଓ ଏସଟି ବର୍ଗ ବ୍ୟତୀତ ଏପରି ପରିବାର ଯାହା ପାଖରେ ଜମିଜମା ନଥିବ ଓ ଅମାଦାନୀ ସାଧାରଣ ଥିବା ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ ।
- ଯେଉଁ ଲୋକଙ୍କର ଘର ନାହିଁ ତଥା ଶ୍ରମିକ ଶ୍ରେଣୀର ଥିବେ ସେମାନେ ମଧ୍ୟ ଲାଭ ଉଠାଇପାରିବେ ।

ସହରାଂଚଳରେ ରହୁଥିବା ଲୋକଙ୍କ ପାଇଁ ରହିଛି କିଛି ସର୍ତ୍ତ -
- ସରକାରଙ୍କ ସୂଚନା ଅନୁସାରେ ସହରାଂଚଳରେ ରହୁଥିବା ଗରିବଙ୍କୁ ଏହି ସ୍କିମର ଲାଭ ମିଳିବ ।
- ଗରିବଙ୍କ ଚୟନ ପାଇଁ ଅନେକ ବିଭାଗ ତିଆରି ହୋଇଛି ।
- ମୋଟ୍ ୧୧ ବିଭାଗରେ ଗରିବଙ୍କୁ ବିଭକ୍ତ କରାଯାଇଛି । ଯେଉଁମାନେ ଏହି ଯୋଜନାର ଲାଭ ଉଠାଇପାରିବେ ।
- ଏହି ସ୍କିମ ଅନୁସାରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ମିଳିବ । ଏଥିରେ ସମସ୍ତ ମାରାତ୍ମକ ରୋଗର ଚିକିତ୍ସା କରାଯିବ ।
- ଏହା ବ୍ୟତୀତ କୌଣସି ବି ବ୍ୟକ୍ତି ବିଶେଷ କରି ମହିଳା, ଶିଶୁ ଓ ବୟସ୍ମକଙ୍କ ଚିକିତ୍ସା ପାଇଁ ଏହି ଯୋଜନାରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ।
- ଏହି ସ୍କିମରେ ହସପିଟାଲାଇଜେସନ୍ ପୂର୍ବରୁ ଓ ପରେ ହୋଇଥିବା ଖର୍ଚ୍ଚ ମଧ୍ୟ ସାମିଲ କରାଯିବ ।

ଉଭୟ ସରକାରୀ ଓ ବେସରକାରୀ ମେଡ଼ିକାଲରେ ଏହି ଯୋଜନା ଅନୁସାରେ ଚିକିତ୍ସା ହୋଇପାରିବ । ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲରେ ଏହି ସ୍କିମକୁ ସାମିଲ କରାଯାଇଛି ।