ଚୀନର ବିସ୍ତାରବାଦୀ ନୀତିକୁ ବିଶ୍ୱସମୁଦାୟରୁ ନିନ୍ଦା । ଭାରତ ସମର୍ଥନରେ ବାହାରିଲେ ଆମେରିକା ଓ ଅଷ୍ଟ୍ରେଲିଆ । ଭାରତ ମାଟିରେ ଚୀନ୍ ସେନା ପ୍ରବେଶ କରିଥିବା କହିଲା ଆମେରିକା । ଚୀନ ବିରୋଧରେ ଅଷ୍ଟ୍ରେଲିଆ ଆଣିଲା ସାଇବର ଆକ୍ରମଣ ଅଭିଯୋଗ । 

4,249

କନକ ବ୍ୟୁରୋ : ସୀମାରେ ଚୀନକୁ କଡା ଜବାବ ଦେବ ଭାରତ । ଏଥିପାଇଁ ଏବେ ଚୀନ୍ ସୀମାନ୍ତ ପୋଷ୍ଟକୁ ଭାରତ ପଠାଇଲା ଫାଇଟର ଜେଟ୍ ଓ ଆପାଚି ହେଲିକପ୍ଟର । ଯୁଦ୍ଧ ପରିସ୍ଥିତିରେ ଏହି ଦୁଇଟି ଯାନ ଭାରତୀୟ ସେନା ପାଇଁ ବଡ ଭୂମିକା ନିଭେଇବାର କ୍ଷମତା ରଖିଛି । ଗଲୱନ ଘାଟିରେ ଚୀନ୍ ସେନା ଭାରତୀୟ ସେନା ବିପକ୍ଷରେ ଯେପରି ବର୍ବରତା ଦେଖାଇଛି, ତାହାର ଆଉ ପୁନରାବୃତି ଘଟିବାକୁ ଦିଆଯିବନି । ଆପାଚି ଆଟାକ୍ ହେଲିକପ୍ଟର ସହ ଫାଇଟର ଜେଟ୍ ଏବେ ଭାରତ-ଚୀନ ସୀମାର ବିବାଦୀୟ ପୋଷ୍ଟ ଗୁଡିକ ଉପରେ ଆକାଶ ମାର୍ଗରୁ ରଖିବ ନଜର । ଆପାଚି ଆଟାକ୍ ହେଲିକପ୍ଟର ବିଶାଳ ଟ୍ୟାଙ୍କ ଗୁଡିକୁ ଆକାଶମାର୍ଗରୁ ଧ୍ୱଂସ କରିବାର କ୍ଷମତା ରଖିଛି । ମିଜାଇଲ ଏବଂ ରକେଟ୍ କୁ ମଧ୍ୟ ଏହା ମାରି ଖସାଇ ପାରିବ । ଚିନୁକ୍ ହେଭିଲିଫ୍ଟ ହେଲିକପ୍ଟର ଜରିଆରେ ଅତ୍ୟାବଶ୍ୟକ ସମୟରେ ଭାରୀ ସାମଗ୍ରୀ ଗୁଡିକୁ ଘାଟିକୁ ମଧ୍ୟ ନେଇଯାଇପାରିବ ।

ଉଚ୍ଚ ଉଚ୍ଚ ପାହାଡିଆ ଅଂଚଳରେ ଏହି ହେଲିକପ୍ଟର ଅତି ସହଜରେ ଉଡାଣ ଭରିବା ସହ ସାମଗ୍ରୀକୁ ସଫଳତାର ସହ ପହଁଚାଇ ପାରିବ । ଗତ ୧୫ ତାରିଖ ରାତିରେ ଗଲୱନ ଘାଟିରେ ଚୀନ୍ ସେନା ଆକ୍ରମଣରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ପରେ ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ ଦୁଇ ଦେଶର ସାମରିକ ଅଧିକାରୀ ସ୍ତରୀୟ ଆଲୋଚନା ଜାରି ରହିଛି । ଏପଟେ ଚୀନର କୌଣସି ଚାଲ୍ କୁ ବିଫଳ କରିବାକୁ ଭାରତ ସୀମାରେ ଆଗୁଆ ମୁତୟନ କରିଛି ଫାଇଟର ଜେଟ୍ ଏବଂ ଆପାଚୀ ଆଟାକ୍ ହେଲିକପ୍ଟର ।

ସେପଟେ ସୀମାରେ କୌଣସି ପ୍ରକାର ଅସ୍ଥିରତାକୁ ଭାରତ ମୁକାବିଲା କରିବାକୁ ପ୍ରସ୍ତୁତ । ଚୀନ୍ ପଟୁ କୌଣସି ହଲଚଲ ହେଲେ ଏହାର ଜବାବ ଦିଆଯିବ । ଏଥିପାଇଁ ଭାରତୀୟ ବାୟୁସେନା କ୍ଷମତା ରଖିଛି । ହାଇଦ୍ରାବାଦ ଏୟାରଫୋର୍ସ ବେସରେ ଅନୁଷ୍ଠିତ କଂବାଇନଡ୍ ଗ୍ରାଜୁଏସନ୍ ପାସିଂ ଆଉଟ୍ ପରେଡରେ ଗଲୱନ ଘାଟିରେ ସହିଦ ଜବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇ ଏପରି ଇସାରା କରିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ । ଆଜି ହାଇଦ୍ରାବାଦର ଏୟାରଫୋର୍ସ ବେସ୍ କ୍ୟାମ୍ପରେ କଂବାଇନଡ୍ ଗ୍ରାଜୁଏସନ୍ ପରେଡରେ ୧୨୩ ବାୟୁସେନା ଅଫିସର ଟ୍ରେନିଂ ଶେଷ କରିବା ପରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପାସିଂ ଆଉଟ୍ ପରେଡରେ ସାମିଲ ହୋଇଥିଲେ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ।

୧୨୩ ଜଣ ବାୟୁସେନା ଅଫିସର ଏହି ଅବସରରେ ପାସ୍ ଆଉଟ୍ ହୋଇଛନ୍ତି । ଆଗାମୀ ସମୟରେ ଏହି ବୀର ଜବାନ ବାୟୁସେନାର କ୍ଷମତା ବଢାଇବେ । ବର୍ତମାନ ଆଧୁନିକ ସମୟରେ ବିଜ୍ଞାନ ଓ କାରିଗରି ଜ୍ଞାନର ଉପ ଯୋଗ ପରେ ବାୟୁସେନା ଅଫିସରଙ୍କୁ ଅତ୍ୟାଧୁନିକ ସେନସର ଓ ଯୁଦ୍ଧାସ୍ତ୍ର ସହ ପରିଚିତ ହୋଇ ନିଜର କ୍ଷମତା ବଢାଇବାକୁ ପଡିବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ଏହି ଅବସରରେ ହାଇଦ୍ରାବାଦ ବାୟୁସେନା ବେସ୍ ରେ ପାସିଂ ଆଉଟ୍ ପରେଡ୍ ପରେ ପରେ ବିଭିନ୍ନ ବିମାନ ଏୟାରସୋ ଜରିଆରେ ଆଖିଝଲସା କଳାକୌଶଳ ପ୍ରଦର୍ଶନ କରିଥିଲେ ।