ବିରୋଧୀଙ୍କ ମୁଲତବୀ ନୋଟିସରେ ସରକାରଙ୍କ ଜବାବ : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ କୋଟି ୧୯ ଲକ୍ଷ ଚାଷୀ, ୫୧ ଲକ୍ଷ ୫ ହଜାର ୨୯୦ଙ୍କୁ ଦିଆଯାଇଛି କାଳିଆ ସହାୟତା

148

କନକ ବ୍ୟୁରୋ : କାଳିଆ ଯୋଜନା ପ୍ରସଙ୍ଗରେ ବିରୋଧୀଙ୍କ ମୁଲତବୀ ନୋଟିସର ଉତର ରଖି ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଛନ୍ତି ସରକାର । କୃଷିମନ୍ତ୍ରୀ କହିଛନ୍ତି, ଡିବିଟି ଓ ଖାଦ୍ୟ ଯୋଗାଣ ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ୍ ୧ କୋଟି ୧୯ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଏମାନଙ୍କ ଭିତରେ ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି ।

ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ ଭୂମିହୀନ ପରିବାରଙ୍କୁ ଚିହ୍ନଟ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ‘କାଳିଆ’ ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିରେ ସମସ୍ତ ଚାଷୀଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ଏହାବଦ୍ ହିତାଧିକାରୀ ଚୟନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି ।

କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ୨୦୧୮-୧୯ ରବି ଋତୁରେ କାଳିଆ ଯୋଜନା ଆରମ୍ଭ କରାଯାଇଛି । ରାଜ୍ୟର ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରିବକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ମୋଟ୍ ୨୫ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।