ବୀର ଯବାନଙ୍କ ବୀର ବାଣୀ । ଶତ୍ରୁକୁ ଶାଣିତ ସ୍ୱରରେ ଯବାନଙ୍କ କଡ଼ା ଚେତାବନୀ ସମ୍ମୁଖ ଯୁଦ୍ଧର ଆହ୍ୱାନ ଦେଲେ ଦେଶକୁ ସୁରକ୍ଷା ହେଉଥିବା ବୀର ପୁତ୍ର ।

160

କନକ ବ୍ୟୁରୋ : ବୀର ଯବାନଙ୍କ ବୀର ବାଣୀ । ଶତ୍ରୁ ଦେଶକୁ ଶାଣିତ ସ୍ୱରରେ ଯବାନଙ୍କ କଡ଼ା ଚେତାବନୀ । ସଙ୍କଟ ବେଳେ ପାହାଡ଼ ଛାତି ଚିରି ଶତ୍ରୁ ଛାତିରେ ତାଣ୍ଡବ କରୁଥିବା ଭାରତୀୟ ଯବାନ ଦେଖାଇଲେ ଯୋଶ୍ । ଶତ୍ରୁ ଗୁଳିରେ ଲହୁଲୁହାଣ ହୋଇ ଦେଶକୁ ସୁରକ୍ଷା ହେଉଥିବା ବୀର ପୁତ୍ର ଭାରତୀୟଙ୍କ ମନରେ ଜଳାଇଲେ ଦେଶପ୍ରେମର ବହ୍ନି । ନାଲିଆଖି ଦେଖାଉଥିବା ଚୀନ, ଭାରତ ସହ ଯୁଦ୍ଧ କଲେ ତାହାର ଭୟାବହ ପରିିଣାମ ବିଷୟରେ ଶତ୍ରୁ ଦେଶକୁ ଚେତାଇଦେଲେ । ସଙ୍ଗୀତ ମାଧ୍ୟମରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ଶତ୍ରୁ ଦେଶ ଚୀନ ଓ ପାକିସ୍ତାନକୁ ମୁହଁତୋଡ଼୍ ଜବାବ ଦେଲେ ବୀର ଯବାନ୍ ।

ଭୂମାଫିଆ ଚୀନକୁ ରଣଭୂମିରେ ମାତ ଦେବାକୁ ପୂରାପୁରି ପ୍ରସ୍ତୁତ ଭାରତ ମାତାର ବୀର ପୁତ୍ର । ସଙ୍ଗୀତ ମାଧ୍ୟମରେ ଚୀନୀମିନି ଓ ରାୱଲପିଣ୍ଡିକୁ ଭାରତ ମାଟିରୁ ଟାର୍ଗେଟ । ଚୀନ ଆମ ଦେଶ ସହ ଯୁଦ୍ଧ କ’ଣ କରିବ କ’ଣ, ଆମେ ଚିନିକୁ ପାଣିରେ ଗୋଳେଇ ପିଇଯିବୁ ବୋଲି କହିଲେ ଯବାନ୍ । ତାଙ୍କର ତାଙ୍କ ଶାଣିତ ସ୍ୱର ଶୁଣିବା ମାତ୍ରେ ଦେଶବାସୀଙ୍କ ରକ୍ତ ଟକମକ ଫୁଟିବ । ଭାରତୀୟ ବୀରଙ୍କୁ ସାମ୍ନା କରିବାକୁ ଦମ ଥିଲେ ସମ୍ମୁଖ ଯୁଦ୍ଧର ବିଗୁଲ ବଜାଉ ଶତ୍ରୁ ଦେଶ । ରାୱଲପିଣ୍ଡି ବାଲା ହୁଅନ୍ତୁ କି ବେକିଂ ବାଲା ହୁଅନ୍ତୁ ଭାରତ ଉପରେ ଆଖି ପକାଇଲେ ଚୁର ଚୁର ହୋଇଯିବ ଦେଶ । ଆମ ଦେଶରେ ହିଂସା ସୃଷ୍ଟି କରୁଥିବା ଦେଶ । ଶତ୍ରୁକୁ ମାତ ଦେବାପାଇଁ ବାରୁଦ ଗଦାରେ ଶୋଉଥିବା ଦେଶର ପୁଅ ଦେଶବାସୀଙ୍କ ମନରେ ଦେଶପ୍ରେମର ଅଗ୍ନି ପ୍ରଜ୍ଜଳିତ କରିଛନ୍ତି ।

ଦେଶର ଜାଗ୍ରତ ପ୍ରହରୀ ସୈନିକ ଧର୍ମଭୂମିରେ ବକ୍ଷରେ ଶତ୍ରୁ ସଂହାର ଲକ୍ଷ୍ୟରେ । ରଣଭୂମିରେ ଭାରତୀୟ ଯବାନ ସିଂହ ବିକ୍ରମରେ ଲଢ଼େଇ କରନ୍ତି । ଭାରତୀୟ ବୀରଙ୍କ ଦକ୍ଷତା ଓ କୌଶଳ ଅନନ୍ୟ ଓ ସାଧାରଣ । ଦେଶକୁ ରକ୍ଷରା କରିବାର ଏମାନଙ୍କ ଶକ୍ତି ,ତ୍ୟାଗ ଓ କର୍ମତତ୍ପରତା ଅତୁଳନୀୟ । ସଙ୍କଟ ସମୟରେ ରାଷ୍ଟ୍ରରେ ଅରାଜତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଭାରତବାସୀ ଏକାଠି ହୋଇ ବସୁଧୈବ କୁଟୁମ୍ବକମ୍ ସାର୍ଥକ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯବାନ ।