ବିିନା ଇଣ୍ଟରନେଟରେ ବ୍ୟବହାର କରିପାରିବେ ଫେସବୁକ ! ଜାଣନ୍ତୁ କିପରି ?

227

ଅନେକ ଥର ମୋବାଇଲ ଡାଟା ଶେଷ ହେବା ପରେ କିମ୍ବା ଧିମା ଇଣ୍ଟରନେଟ କାରଣରୁ ଆମେ ଫେସବୁକ ବ୍ୟବହାର କରି ପାରୁନି ଏବଂ ଜରୁରୀ ଅପଡେଟ କରିବା ପାଇଁ ବହୁତ ସମୟ ଲାଗିଯାଏ । ଆପଣ ଜାଣନ୍ତି କି ବିନା ନେଟରେ ବି ଆମେ ଫେସବୁକରେ ଷ୍ଟାଟସ ଅପଡେଟ ପରି ଅନେକ କାମ କରି ପାରିବା । ଆମେ ଆପଣକୁ ଆଜି ଜଣାଇବୁ ବିନା ଇଣ୍ଟରନେଟରେ କିପରି ଫେସବୁକ ବ୍ୟବହାର କରିପାରିବେ ।

ସର୍ବପ୍ରଥମେ ଆପଣ ନିଜ ମୋବାଇଲ ଫୋନରୁ ଷ୍ଟାର୩୨୧ହାଜ୍ ଡାଏଲ କରନ୍ତୁ । ତା’ପରେ ଫୋନ ସ୍କ୍ରିନରେ ରିକ୍ୱେଷ୍ଟ ପ୍ରୋସେସ ହେବାର ମେସେଜ ଆସିବ । କିଛି ସେକେଣ୍ଡ ପରେ ଆପଣଙ୍କ ଫୋନ ସ୍କ୍ରିନ ଉପରେ ଫେସବୁକର ମେସେଜ ଦେଖାଯିବ । ଯେଉଁଠି ଥିବ-

୧.ଫେସବୁକ ଲଗଇନ ୨.ନିଉଜ ଫ୍ଲାସ  ୩.ହ୍ୱାଟସ ହଟ  ୪.ବଲିଉଡ ଟୁଡେ

ଏପରି କିଛି ଅପ୍ସନ ସ୍କ୍ରିନରେ ଦେଖାଦେବ । ତା’ପରେ ୧ ଟାଇପ କରି ସେଣ୍ଡ ଅପ୍ସନରେ କ୍ଲିକ କରନ୍ତୁ । ତା’ପରେ ଆପଣଙ୍କ ଫୋନକୁ ଏକ ମେସେଜ ଆସିବ ଯେଉଁଠି ଆପଣଙ୍କୁ ନିଜର ଫେସବୁକ ଲଗଇନ ଆଇଡି ଟାଇପ କରିବାକୁ ପଡିବ । ତା’ ପରେ ଫେସବୁକ ଆଇଡି ଟାଇପ କରି ସେଣ୍ଡ ଅପ୍ସନରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ନିଜର ଫେସବୁକ ପାସୱାର୍ଡ ମଧ୍ୟ ଦେବାକୁ ପଡିବ । ପାସୱାର୍ଡ ଟାଇପ କରି ସେଣ୍ଡ କରିବା ପରେ ଆପଣଙ୍କ ପାଖକୁ ଏକ ମେସେଜ ଆସିବ । ଏଥିରେ

୧. ଫେସବୁକ ଲଗଇନ ୨. ନିଉଜ ଫ୍ଲାସ ୩. ହ୍ୱାର୍ଟସ ହଟ ୪. ଡିଲସ୨ୟୁ ୫. ବଲିଉଡ ଟୁଡେ ୬. ଅପଡେଟ ଷ୍ଟାଟସ

୭. ଅନଲାଇନ ଫ୍ରେଣ୍ଡସ  ୮. ଫ୍ରେଣ୍ଡ ରିକ୍ୱେଷ୍ଟ  ଓ ଷ୍ଟାର ଆକାଉଣ୍ଟ ସେଟିଂ ଅପ୍ସନ ଆସିବ

ଯଦି ଆପଣ ଷ୍ଟାଟସ ଅପଡେଟ କରିବାକୁ ଚାହାନ୍ତି, ତେବେ ୬ ଟାଇପ କରି ସେଣ୍ଡ କରନ୍ତୁ । ଏବେ ଆପଣଙ୍କୁ ସବସ୍କ୍ରିପସନ ମେସେକ ଆସିବ । ଫେସବୁକର ଏହି ଅଫଲାଇନ ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ମାସକ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । ସବସ୍କ୍ରାଇବ କରିବା ପରେ ହିଁ ନିଜ ମୋବାଇଲ ଫୋନରେ ବିନା ଇଣ୍ଟରନେଟରେ ଆପଣ ଅତି ସୁବିଧାରେ ଫେସବୁକ ବ୍ୟବହାର କରିପାରିବେ ।