ପୁରୀ ସମୁଦ୍ରରେ ହୋଭର କ୍ରାଫ୍ଟର ମଜାନେବେ ପର୍ଯ୍ୟଟକ !

38

କନକ ବ୍ୟୁରୋ : ପୁରୀ ସମୁଦ୍ର କୂଳରେ ହୋଭର କ୍ରାଫ୍ଟର ମଜା ନେଇଫାରିବେ ପର୍ଯ୍ୟଟକ । ଅକ୍ଟୋବର ଶେଷ,ସୁଦ୍ଧା ପର୍ଯ୍ୟଟକ ହୋଭର କ୍ରାଫ୍ଟରେ ବସିପାରିବେ । ଗତକାଲି ପୁରୀ ରାଜଭବନ ପଛପଟ ସମୁଦ୍ରରେ ଅପରାହ୍ନ ୩ଟାରେ ଟେଷ୍ଟ ରନ୍ କରାଯାଇଥିଲା । ଟେଷ୍ଟରନ୍ ସଫଳ ହୋଇଛି । ପ୍ରଥମ ଥର ପାଇଁ ଓଡିଶା ସମୁଦ୍ର ଉପକୂଳରେ ଏଭଳି ଯାନ ଚାଲିବାକୁ ଯାଉଥିବାରୁ ପର୍ଯ୍ୟଟକ ମାନେ ଉତ୍ସାହିତ ଅଛନ୍ତି । ସଫଳତାର ସହ ହୋଭର କ୍ରାଫ୍ଟ ପାଣିରେ ଚାଲିବାକୁ ସକ୍ଷମ ହୋଇଛି ।

ଖୁବ୍ ଶୀଘ୍ର ପର୍ଯ୍ୟଟକ କ୍ରାଫ୍ଟରେ ବସି ସମୁଦ୍ର ମଝିରେ ନୀଳଜଳରାଶିର ମଜ୍ଜା ଉଠାଇପାରିବେ ବୋଲି କହିଛନ୍ତି ହୋଭରକ୍ରାଫ୍ଟ ଫ୍ରାଂଚାଇଜ ମାଲିକ କମଳେନ୍ଦୁ ଦେ । ଏହାକୁ ଚଲାଇବା ପାଇଁ ବାଲି ନୋଳଇା ସାହିିର ଜି .ସହଦେବଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ହୋଭର କ୍ରାଫ୍ଟ ପ୍ରଶିଖକ ରାଜୀବ କୋତଫ୍ୱାଲ ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସାଧାରଣ ସ୍ପିଡବୋଟ ଓଜେଟ ସ୍କି ଠାରୁ ଏହାକୁ ଚଳାଇବା ଭିନ୍ନ ହୋଇଥିବାରୁ ଏଥିପାଇଁ ଚାରିରୁ ପାଞ୍ଚ ଦିନ ଟ୍ରେନିଂର ଆବଶ୍ୟକତା ରହିଛି । ଏହା ଚାଲିବା ବେଳେ ମାଟି ବା ପାଣିରୁ ୯ ଇଂଚ ଉଚ୍ଚତା ରହୁଥିବାରୁ ଏହା ଏକ ସମୟରେ ପାଣି ଓ ମାଟି ଉପରେ ଚାଲିବାକୁ ସକ୍ଷମ ହୋଇଛି ।

କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ହୋଭର କ୍ରାଫ୍ଟ ମିଲିଟାରୀ ଓ ପାରମିଲିଟାରୀରେ ବ୍ୟବହାରର କରାଯାଇଥାଏ । ଏଥିରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଯେଉଁଥିରେ ପର୍ୟ୍ୟଟକ ବସିଲେ ବୁଡିବାର ଭୟ ନଥାଏ । ଏଥିରେ ମିନି ଏୟାର କ୍ରାଫ୍ଟ ଇଂଜିନ ରହିଛି । ଏହା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ପାଣିର ସ୍ଥିତି ଯାହା ଥିଲେ ବି ଏହି ଯାନ ସେଠାରୁ ବାହାରି ଆସିବାର କ୍ଷମତା ରଖିଥାଏ । ଏହି ଯ।ନ ମଙ୍ଗଳା ମୁହାଣରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ୱୀକୃତିପ୍ରାପ୍ତ ହୋଇଛି । ଆଗକୁ ପର୍ଯ୍ୟଟନ ଋତୁ ଆସୁଛି । ପୁରୀ ସମୁଦ୍ର କୂଳରେ ବହୁ ଲୋକଙ୍କ ସମାଗମ ହେବ । ଏହି ସମୟରେ କ୍ରାଫ୍ଟର ବସିବାର ମଜା ନେଇପାରିବେ ପର୍ଯ୍ୟଟକ ।