ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା : ବାଚସ୍ପତିଙ୍କ ରୁଲିଂ ବିରୋଧରେ ଗୃହରେ ହଟ୍ଟଗୋଳ, ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି

195

କନକ ବ୍ୟୁରୋ : ବିଧାନସଭାର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ କାର୍ଯ୍ୟ । ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଯାହା ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।