କନକ ବ୍ୟୁରୋ : କେନ୍ଦୁଝରରୁ ଆସିଛି ଅଭାବନୀୟ ଚିତ୍ର । ଅଙ୍ଗନୱାଡ଼ିରେ ଶିଶୁକୁ ଓଲଟା କରି ମାଡ଼ । ଭିଡ଼ିଓ ଭାଇରାଲ ପରେ ଦେଖାଦେଇଛି ଉତେଜନା । ପିଲାଙ୍କ କଳିକୁ ନେଇ ଶିଶୁକୁ ନିସ୍ତୁକ ମାଡ଼ ମାରଛନ୍ତି ଆଉ ଜଣେ ଅଭିଭାବକ । ଅଙ୍ଗନବାଡ଼ି କେନ୍ଦ୍ରରେ ଦୁଇ ଶିଶୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା ।
ସେହି ସମୟରେ ଅଙ୍ଗନୱାଡ଼ି କର୍ମୀ ଜଣଙ୍କ ରୋଷେଇ ଘରେ ଉପସ୍ଥିତ ଥିଲେ । ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଘରକୁ ଯାଇ ବାପା ସନାତନ ଘଡ଼େଇଙ୍କୁ ଡ଼ାକି ଆଣିଥିଲା । ହେଲେ ସମ୍ପୃକ୍ତ ଶିଶୁର ବାପା କିଛି ବୁଝିବା ବଦଳରେ ଅନ୍ୟ ଶିଶୁ ଓଲଟା କରି ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ । ଏହି ସମୟରେ ଦୃଶ୍ୟକୁ କେହି ମୋବାଇଲରେ ସୁଟିଂ କରି ଭିଡ଼ିଓ ଭାଇରାଲ କରିବା ପରେ ଗାଁରେ ଉତେଜନା ପ୍ରକାଶ ପାଇଛି ।
ମାଡ଼ ଖାଇଥିବା ଶିଶୁର ବାପା ପ୍ରମୋଦ ପାଳ ଏନେଇ ଅଭିଯୋଗ କରିବା ପରେ ଅଙ୍ଗନୱାଡ଼ି ସୁପରଭାଇଜର ଗାଁରେ ପହଂଚି ଅଙ୍ଗନବାର୍ଡ଼ି କର୍ମୀଙ୍କୁ ଘଟଣାକୁ ଚପାଇବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି ।