ପାଳିତା କନ୍ୟା ହନିପ୍ରୀତଙ୍କୁ ବାପାଙ୍କ ପିଠି ଯନ୍ତ୍ରଣା ଚିନ୍ତା ! ରାମରହିମଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କଲେ

98

କନକ ବ୍ୟୁରୋ : ପାଳିତା କନ୍ୟା ହନିପ୍ରୀତଙ୍କୁ ବାପାଙ୍କ ପିଠି ଯନ୍ତ୍ରଣା ଚିନ୍ତା । ଡେରା ମୁଖ୍ୟ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ୍ ଏବେ ପୁଲିସ କବଜାରେ । ତେବେ ଜଣାପଡ଼ିଛି ରିମାଣ୍ଡ ଅବଧିର ପଚରା ଉଚରା ସମୟରେ ସେ ଧୀରେ ଧୀରେ ଚିନ୍ତା ଗ୍ରସ୍ତ ହୋଇପଡ଼ୁଛନ୍ତି । ଜେଲରେ ବନ୍ଦ ହନିପ୍ରୀତ ବାପା ଗୁରମିତ ରାମରହିମଙ୍କୁ ବହୁତ ମନେ ପକାଉଛନ୍ତି । ବଳାତ୍କାରୀ ବାବାଙ୍କ ପାଳିତା ତଥା ଅତି ପ୍ରିୟ କନ୍ୟା ଏବେ ତାଙ୍କୁ ସାକ୍ଷାତ କରବା ପାଇଁ ଚାହୁଁଛନ୍ତି । ବିଗତ ୪ ଦିନ ଧରି ପୁଲିସ୍ ହନିପ୍ରୀତଙ୍କୁ ପଚରା ଉଚାର କରୁଛି । ତବେ ସୂଚନା ଅନୁସାରେ ପୁଲିସ ଅଧିକାରୀ କହିଛନ୍ତି ବାପା ରାମ ରହିମଙ୍କୁ ସାକ୍ଷାତ କିରବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ହନିପ୍ରୀତ୍ । ଜଣେ ଅଧିକାରୀ କହିଛନ୍ତି ହନିପ୍ରୀତ୍ ସଦାସର୍ବଦା ରାମ ରହିମଙ୍କ ପାଇଁ ଚିନ୍ତାଗ୍ରସ୍ତ ଅଛନ୍ତି ।

honeyସୂଚନା ଅନୁସାରେ ପାଳିତା କନ୍ୟା ହନିପ୍ରୀତ ବାପା ରାମ ରହିମଙ୍କ ପିଠି ଯନ୍ତ୍ରଣା ପାଇଁ ବହୁତ ଚିନ୍ତିତ ଅଛନ୍ତି । ସେ ବାରମ୍ବାର କରୁଛନ୍ତି ବାପାଙ୍କ ଅଣ୍ଟାରେ ସବୁବଳେ ଯନ୍ତ୍ରଣା ଥାଏ, ସେ ଏବେ ବତ୍ତର୍ମାନ ବହୁତ କଷ୍ଟରେ ଥିିବେ, ତେଣୁ ମୁଁ ତାଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛି । ରାମ ରହିମଙ୍କୁ ଭେଟିବା ପାଇଁ ସେ ପୁଲିସ ଅଧିକାରୀ ମାନଙ୍କୁ ଅନୁରୋଧ କରୁଛନ୍ତି ବୋଲି ଖବର ଆସୁଛି । ଏଥିଯୋଗୁଁ ହନିପ୍ରୀତଙ୍କ ଚେକ ଅପ ପାଇଁ ଆସୁଥବା ମହିଳା ଡାକ୍ତରଙ୍କ ଠାରୁ ସେ ଗାଳି ମଧ୍ୟ ଶୁଣିଛନ୍ତି ।

ସୂତ୍ର ଅନୁସାରେ ମହିଳା ଡାକ୍ତର ଜଣକ ହନିପ୍ରୀତଙ୍କୁ କହିଛନ୍ତି ରାମ ରହିମଙ୍କୁ ଯଦି ପିଠିରେ ଯନ୍ତ୍ରଣା ହେଉଛି honeypreetସେକଥା ଡାକ୍ତର ବୁଝିବେ, ସେ କ’ଣ ଡାକ୍ତର କି ? ସେପଟେ ଗୁରୁମିତ ରାମ ରହିମ ଜେଲ ପଞ୍ଚିବା ପରେ ହିଁ ହନିପ୍ରୀତ ତାଙ୍କ ସହ ଜେଲରେ ରୁହନ୍ତୁ ବୋଲି ଆଗ୍ରହ ପ୍ରାକଶ କରିଥିଲେ କାରଣ ହନିପ୍ରୀତ୍ ରାମ ରହିଙ୍କ ଫିଜିଓଥେରାପିଷ୍ଟ ବୋଲି କହିଥିଲେ ରାମ ରହିମ୍ କହିଥିଲେ । ଜେଲରେ ରାମ ରହିମ ନିଜର ପରବାର ଲୋକଙ୍କ ସହ କଥା ହେବା ପାଇଁ ଯେଉଁ ଦୁଇଟି ନମ୍ବର ଦେଇଥିଲେ, ସେଥିମଧ୍ୟରୁ ଗୋଟିଏ ଥିବା ପ୍ରିୟ କନ୍ୟା ହନିପ୍ରୀତଙ୍କର । ଏହି ନମ୍ବର ବିଗତ ୪୦ ଦିନ ଧରି ବନ୍ଦ ଥିଲା । ଏନେଇ ହନିପ୍ରୀତ୍ ପୋଲିସକୁ କହିଛନ୍ତି ତାଙ୍କର ମୋବାଇଲ ଫୋନ୍ ହଜି ଯାଇଥିଲା ।

ଅନ୍ୟପଟେ ଏକଥାକୁ ଅସ୍ୱୀକାର କହିଛନ୍ତି ଜିଲ୍ଲା ଅଧିକାରୀ । ହନିପ୍ରୀତ୍ ଏବେ ଜେଲରେ । ସେ ତାଙ୍କ ପାଖାପାଖି ଥିବା କୌଣସ ମହିଳା ପୋଲିସ କର୍ମୀଙ୍କ ସହ ଅଧିକ କଥାବାର୍ତ୍ତା କରୁନାହାନ୍ତି । ଜଣେ ପୋଲସ କରିଛନ୍ତି , ହନିପ୍ରୀତ ଭଲରେ ଖାଇବା ପିଇବା ମଧ୍ୟ କରୁନାହାନ୍ତି , ମନେ ମନେ କିଛି ଗୋଟିଏ ଗାଢ଼ ଚିନ୍ତା କରୁଛନ୍ତି ।

ସୁଚନାଯୋଗ୍ୟ ପଂଚକୁଲାରେ ହିସାଂ ଘଟାଇବା ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିଲେ ବାବାଙ୍କ ପାଳିତା କନ୍ୟା ତଥା ହନିପ୍ରୀତ ବୋଲି ଖବର ଆସିଥିଲା । ଅଗଷ୍ଟ ୨୫ରେ ପଂଚକୁଲାରେ ହୋଇଥିବା ହିଂସା ପାଇଁ ସିରସା ଡେରାରେ ହୋଇଥିଲା ଯୋଜନା । ଗୁରମିତ ରାମରହିମଙ୍କ ଡ୍ରାଇଭର ରାକେଶ କୁମାରକୁ ପଚରାଉଚରା ବେଳେ ଏହି ତଥ୍ୟ ପଦାକୁ ଆସିଛି । ଗୁରମିତ ରାମରହିମଙ୍କ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପୂର୍ବରୁ ପଂଚକୁଲାର ଡେରାମୁଖ୍ୟଙ୍କୁ ହନିପ୍ରୀତ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିବା ସେ କହିଥିଲେ। ସାଧ୍ୱୀ ଦୁଷ୍କର୍ମ ମାମଲାରେ ଅଗଷ୍ଟ ୨୫ତାରିଖ ଦିନ ଶୁଣାଣି ହେବାର କିଛି ଦିନ ପୂର୍ବରୁ ପଂଚକୁଲାର ଡେରା ମୁଖ୍ୟ ଚମକୌର ସିଂହଙ୍କୁ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିଲେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ।

ପଂଚକୁଲା ଡେରା ମୁଖ୍ୟ ଚମକୌର ସିଂହଙ୍କୁ ହନିପ୍ରୀତ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିବା ଖବରକୁ ସ୍ପଷ୍ଟ କରିଛନ୍ତି ପଂଚକୁଲା ପୁଲିସ କମିଶନର ଏ.ଏସ ଚାୱଲା । ଗୁରମିତ ରାମରହିମ ଦୋଷୀ ସାବ୍ୟସ୍ତ ହେଲାପରେ ହିଂସା ଘଟାଇବା ପାଇଁ ତାଙ୍କ ସମର୍ଥକଙ୍କୁ ଏହି ଟଙ୍କା ବଂଟା ଯାଇଥିଲା । ସ୍ପେଶାଲ ଇନଭେଷ୍ଟିଗେସନ ଟିମର ଏସିିପି ମୁକେଶ ମଲହୋତ୍ରାଙ୍କ ଗଠିତ ଟିମ ଗୁରମିତଙ୍କ ଡ୍ରାଇଭରକୁ ପଚରାଉଚରା କଲାବେଳେ ଏହି ଗୁମର ଖୋଲିଛନ୍ତି ସେ । ଗୁରମିତ ରାମରହିମଙ୍କ ଗିରଫଦାରୀ ପରେ ପଂଚକୁଲାରେ ହୋଇଥିବା ଦଙ୍ଗାରେ ପ୍ରାୟ ୩୬ଜଣଙ୍କର ମୃତ୍ୟୁ ହୋଇଥିଲା ।