କନକ ବ୍ୟୁରୋ : କରୋନାକୁ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଆଜିଠାରୁ ସାରା ଓଡ଼ିଶାକୁ ଲକ ଡାଉନ କରାଯିବା ପରେ ଘରେ ଘରେ ପେନସନ୍ ଓ ପିଡ଼ିଏସ୍ ସାମଗ୍ରୀ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ , ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ଗାଇଡଲାଇନ ମଧ୍ୟରେ ରହି ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବେ । କରୋନାର ସଫଳ ମୁକାବିଲା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର ।

Advertisment

କେବଳ ଏତିକି ନୁହେଁ ରାଜ୍ୟରେ ଚାଲୁଥିବା ସମସ୍ତ ନିର୍ମାଣ କାମ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ଚାଲୁଥିବା ନିର୍ମାଣ କାମ ତୁରନ୍ତ ବନ୍ଦ କରାଯାଉ । ହେଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲୁଥିବା ନିର୍ମାଣ କାମ ଚାଲୁ ରହିବ ବୋଲି ସୂଚନା ମିଳିପାରିଛି ।

ସେପଟେ ଆଜି କରୋନା ନେଇ ଭିଡିଓ ମେସେଜରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । କରୋନା ନେଇ ସାରା ଓଡିଶାରେ ଲକ ଡାଉନ ଘୋଷଣା ହୋଇଥିବା ବେଳେ କିଛି କଡ଼ା ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । କରୋନା ଭାଇରସ୍ ମହାମାରୀ ରୂପ ନେବା ପୂର୍ବରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ପ୍ରଥମେ କିଛି ଜିଲ୍ଲା ଆଗକୁ ପୁରା ଓଡ଼ିଶାକୁ ତାଲାବନ୍ଦ କରିଦିଆଯାଇଛି ।