କରୋନା ପରିସ୍ଥିତିକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ : ଦୂରାରୋଗ୍ୟ ରୋଗରେ ପୀଡ଼ିତ ବୟସ୍କ କର୍ମଚାରୀଙ୍କ ପାଇଁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା

Advertisment
କରୋନା ପରିସ୍ଥିତିକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ : ଦୂରାରୋଗ୍ୟ ରୋଗରେ ପୀଡ଼ିତ ବୟସ୍କ କର୍ମଚାରୀଙ୍କ ପାଇଁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା

https://www.google.com/

କନକ ବ୍ୟୁରୋ : ଦିନକୁ ଦିନ କରୋନା ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। କରୋନା ସଂକ୍ରମଣକୁ ଦୂରରେ ରଖିବା ପାଇଁ ୫୦ ବର୍ଷରୁ ଅଧିକ ବୟସର ସରକାରୀ କର୍ମଚାରୀଙ୍କୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଛୁଟି ପ୍ରଦାନ କରିଛନ୍ତି। ଏହି ଛୁଟି ସରକାରୀ ଉଦ୍ୟୋଗ, ରାଜ୍ୟ ସରକାରଙ୍କ ସ୍ବୟଂଶାସିତ ସଂସ୍ଥା ଓ ସମସ୍ତ ନିଗମର କର୍ମଚାରୀମାନଙ୍କ ପାଇଁ ଲାଗୁ ହେବ। ଏ ନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାର ଜଣାଇଛନ୍ତି, ଯେଉଁ ମାନଙ୍କର ଥଣ୍ଡା, କାଶ ଓ ଜ୍ବର କିମ୍ବା କରୋନା ଭଲି ଲକ୍ଷଣ ଦେଖାଦେବ, ସେମାନେ ତୁରନ୍ତ ଅଫିସ ଛାଡ଼ି ସଙ୍ଗରୋଧ ଭାବେ ୧୪ ଦିନ ଛୁଟିରେ ରହିବେ। ଏ ନେଇ ଗତ ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଙ୍ଗଳବାର ନିଷ୍ପତ୍ତି କ୍ରମେ ଯେଉଁ କର୍ମଚାରୀମାନଙ୍କର ଦୂରାରୋଗ୍ୟ ବ୍ୟାଧି ଯଥା, ମଧୁମେହ, ଶ୍ବାସକ୍ରିୟା ଜନିତ ରୋଗ, ହୃଦରୋଗ, ବୃକକ୍‌ ସମ୍ବନ୍ଧୀୟ ରୋଗ ତଥା ଅତ୍ୟନ୍ତ ଶାରିରୀକ ଦୁର୍ବଳତା ଥିବ, ସେମାନେ ଆସନ୍ତା ୧୨ ଦିନ ପର୍ଯ୍ୟନ୍ତ ଛୁଟିରେ ରହିପାରିବେ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ କୌଣସି ମେଡିକାଲ ପ୍ରମାଣ ପତ୍ର ଦେବାକୁ ପଡ଼ିବ ନାହିଁ। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ଜଣାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe