କନକ ବ୍ୟୁରୋ : ରଂଗୀନ ଦୁନିଆ ଆଜି ରଂଗରେ ରଂଗାୟିତ । ଦୋଳରେ ଠାକୁର, ଧରାରେ ମଣିଷ, ସମସ୍ତେ ଆଜି ରଂଗ ମନସ୍କ । ଅବୀର ଛୁଇଁଯାଇଛି ମନକୁ, ପ୍ରାଣକୁ, ହୃଦୟକୁ । ଫଗୁ, ଅବିର, ପିଚକାରୀ ଭିତରେ କିଛି ଘଂଟା ପାଇଁ ଆଜି ନିଜକୁ ଭୁଲିଯିବା ପାଇଁ ସଭିଏଁ ପ୍ରସ୍ତୁତ ।
Kanak News is now on WhatsApp
Join and get latest news updates delivered to you via WhatsApp
କାଶ୍ମୀରରୁ କନ୍ୟାକୁମାରୀ, ପଂଜାବରୁ ପଶ୍ଚିମବଂଗ, ଓଡିଶାରୁ ଉତ୍ତରପ୍ରଦେଶ ସବୁଠି ଆଜି ପସରା ମେଲିଛି ରଂଗ । ରଂଗ, ଯାହା ଧୋଇଦେବ ସବୁ ବିଦ୍ୱେଷ, ଆବିଳତା ସଫା କରିଦେବ ସବୁ ଘୃଣା ଆଉ ହିଂସା ଭାବ । ସୃଷ୍ଟି କରିବ କେବଳ ପ୍ରେମ ବନ୍ଧୁତା, ଭାଇଚାରା ।