ହୋଲିରେ ଉତ୍ସବମୁଖର ବଲାଙ୍ଗୀର ! ଯାଦବ ସମାଜର ଲୋକେ ବାଡି ଖେଳ ଓ ଦହି ହାଣ୍ଡି ଫଟାଇବା ପାଇଁ ହେଲେ ଏକାଠି

38

କନକ ବ୍ୟୁରୋ : ରଙ୍ଗର ଏହି ପର୍ବ ହୋଲିରେ ରଙ୍ଗେଇ ହୋଇଛି ବଲାଙ୍ଗୀର ସହର । ନିଜ ନିଜ ଢଙ୍ଗରେ ଜିଲ୍ଲାବାସୀ ଏହାକୁ ପାଳନ କରୁଥିବା ବେଳେ ବିଭିନ୍ନ ସଂଗଠନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ବଲାଙ୍ଗୀର ଯାଦବ ସମାଜର ଶତାଧିକ ଲୋକ ଏକାଠି ହୋଇ ପ୍ରଥମେ ମା’ ସମଲେଇ ଓ ମା’ ପାଟଣେଶ୍ୱରୀଙ୍କ ଠାରେ ପୂଜା ଅର୍ଚ୍ଚନା କରିବା ସହ ରଙ୍ଗ ଅର୍ପଣ କରିଛନ୍ତି । ଏହା ସହ ସହରରେ ଏକ ଭବ୍ୟ ଶୋଭାଯାତ୍ରା ପରିକ୍ରମା ସହ ବାଡି ଖେଳ ଓ ଦହି ହାଣ୍ଡି ଫଟାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।