କନକ ବ୍ୟୁରୋ : ଭୁବନେଶ୍ୱର ସ୍ଥିତ କିସ ପରିସରରେ ପାଳିତ ହୋଇଛି ହୋଲି । ପ୍ରତିବର୍ଷ ଭଳି ଚଳିତବର୍ଷ କିସରେ ପାଳିତ ହୋଇଥିଲା ରଙ୍ଗର ପର୍ବ ହୋଲି । କିସର ୨୫ ହଜାର ଛାତ୍ରଛାତ୍ରୀଙ୍କ ସହ ହୋଲି ଖେଳିଛନ୍ତି ଓଲିଉଡ ତଥା ଟେଲି ଧାରାବାହିକର ବିଭିନ୍ନ କଳାକାରମାନେ ।
ଏହାଛଡା କିସର ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ରଙ୍ଗ ଖେଳିଥିଲେ । କିସ୍ ପିଲାଙ୍କ ସହ ହୋଲି ଖେଳିବାକୁ ପହଁଚିଥିଲେ ଅଲ ଇଣ୍ଡିଆ କିନ୍ନର ସଂଘର ସଭାପତି ଲକ୍ଷ୍ମୀନାରାୟଣ ତ୍ରିପାଠୀ । ବେଶ୍ କିଛି ସମୟ ଧରି ପିଲାଙ୍କ ସହ ରଙ୍ଗ ଖେଳରେ ମାତିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-13-08h44m37s218.png)