ବିଶ୍ୱକପ ହକି ପାଇଁ ବଢୁଛି ଉତ୍କଣ୍ଠା : ଆଜି ପହଞ୍ଚିବେ ସ୍ପେନ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ

100

କନକ ବ୍ୟୁରୋ : ବିଶ୍ୱକପ ହକି ପାଇଁ  ବଢୁଛି ଉତ୍କଣ୍ଠା ।  ଫ୍ରାନସ ପରେ ଚୀନ ହକି ଦଳ ଆସି ଭୁବନେଶ୍ୱରରେ ପଂହଚିଛି । ରାଜଧାନୀର ହକି ପରିବେଶରେ ବିଦେଶୀ ଖେଳାଳିମାନେ ଆହୁରି ରୋମାଂଚ ଭରି ଦେଇଛନ୍ତି ।  ବୁଧବାର ଓ ଗୁରୁବାର ଆର୍ଜେଂଟିନା ଓ ଦକ୍ଷିଣ ଆଫ୍ରିକା ଭୁବନେଶ୍ୱରରେ ପଂହଚିସାରିଥିବାବେଳେ ଆଜି ବିଶ୍ୱ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା  ସ୍ପେନ, ସପ୍ତମରେ ଥିବା ଇଂଲଣ୍ଡ ଓ ନବମ ସ୍ଥାନରେ ଥିବା  ନ୍ୟୁଜିଲାଣ୍ଡ ପଂହଚିବାର ଅଛି ।

ଏହି ୩ଟି ଦଳ ପଂହଚିବା ପରେ  ଭୁବନେଶ୍ୱର ଏକ ମିନି ହକି ବିଶ୍ୱରେ ପରିଣତ ହେବ  ।  ଆର୍ଜେଂଟିନା  ଓ ଫ୍ରାନ୍ସ ସହ  ସ୍ପେନ ଓ ନ୍ୟୁଜିଲାଣ୍ଡ ପୁଲ-ଏର ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆସ ଆର‌୍ୟଲାଣ୍ଡ ଓ ଚୀନ ସହ ଇଂଲଣ୍ଡ ପୁଲ ବିରେ ସ୍ଥାନ ପାଇଛି ।

ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ହକିର ଓପନିଂ ସେରେମନିରେ ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତ ପରଫର୍ମ କରିବେ । ପ୍ରାୟ ୧୧ଶହ କଳାକାରଙ୍କ ସହ ନୃତ୍ୟ ପ୍ରଦର୍ଶନ କରିବେ ମାଧୁରୀ । ମାଧୁରୀଙ୍କ ଏକ ଝଲକ ପାଇଁ ଦର୍ଶକମାନଙ୍କ ମଧ୍ୟରେ ନାହିଁନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ସେପଟେ ବିଶ୍ୱକପ ହକି ପାଇଁ ଫ୍ରାନ୍ସ ଟିମ ଭୁବନେଶ୍ୱରରେ ପହଂଚିଛି ।