ହକି ବିଶ୍ୱକପ୍ ଟକ୍କର : ଦ୍ୱିତୀୟ ଦିନରେ ସ୍ପେନକୁ ୪-୩ ଗୋଲରେ ହରାଇଲା ଆର୍ଜେଣ୍ଟିିନା,ଫ୍ରାନ୍ସକୁ ୨-୧ରେ ଗୋଲରେ ମାତ୍ ଦେଲା ନ୍ୟୁଜିଲାଣ୍ଡ

72

କନକ ବ୍ୟୁରୋ : ହକି ବିଶ୍ୱକପର ଦ୍ୱିତୀୟ ଦିନରେ ଦୁଇଟି ମ୍ୟାଚ ଖେଳାଯାଇଛି । ପୁଲ-ଏ’ର ପ୍ରଥମ ମ୍ୟାଚ୍ ଆର୍ଜେଟିଂନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଆର୍ଜେଟିନା ସ୍ପେନକୁ ୪-୩ ଗୋଲରେ ପରାସ୍ତ କରିଛି । ଆର୍ଜେଟିଂନାର  ଅଗଷ୍ଟିନ ମାଜିଲି ମ୍ୟାଚ୍ର ୪ ମିନିଟ୍ରେ ଗୋଟିଏ ଗୋଲ ଏବଂ ୧୫ ମିନିଟ୍ରେ ଅନ୍ୟ ଏକ ଗୋଲ ଦେଇଥିଲେ । ଅନ୍ୟପଟେ ଦଳର ତାରକା ଖେଳାଳି ଗଜାଂଲୋ ପିଲାଟ୍ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ୨ ଟି ଗୋଲ ଦେଇଥିଲେ । ସ୍ପେନ୍ର ଏନରିକ୍ ଗୋନଜାଲେଜ, ଯୋସେଫ ରେମେୟୁ ଏବଂ ଭିକନେକ ରୁଇଜ ୩ ଟି ଗୋଲ ଦେଇଥିଲେ । ଶେଷରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ।

ସେପଟେ ପୁଲ-ଏ ର ଅନ୍ୟଏକ ମ୍ୟାଚରେ ଫ୍ରାନ୍ସକୁ ୨-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ  । କିୱି ଟିମ୍ର କେନ ରୁଜେଲ ମ୍ୟାଚ ୧୬ ମିନିଟ ଗୋଟିଏ ଗୋଲରେ ଏବଂ ଷ୍ଟିଫେନ ଜେନିସ ୫୬ ମିନିଟ୍ରେ ଅନ୍ୟଏକ ଗୋଲ ଦେଇଥିଲେ । ଅନ୍ୟପଟେ ଫ୍ରାନ୍ସର କ୍ୟାପଟେନ ଭିକ୍ଟର ଚାରଲେଟ ଖେଳର ଶେଷ ପର୍ଯ୍ୟାୟରେ ପେନାଲ୍ଟି କର୍ଣ୍ଣର ଦ୍ୱାରା ଗୋଟିଏ ଗୋଲ ଦେଇଥିଲେ । ଆଜି ପୁଲ-ବି’ ର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏବଂ ଅନ୍ୟଏକ ମ୍ୟାଚ୍ ଇଂଲଣ୍ଡ ଏବଂ ଚାଇନା ମଧ୍ୟରେ ଅନୁଷ୍ଟିତ ହେବ ।

ସେପଟେ ହକି ବିଶ୍ୱକପରେ ଆଜି ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ଦଳ । ତିନିଥରର ବିଶ୍ୱବିଜେତା ହେଉଛି ଏହି ଦଳ । ସନ୍ଧ୍ୟା ୫ଟାରେ ଅଷ୍ଟ୍ରେଲିଆ ସହିତ ଆୟର୍ଲାଣ୍ଡର ଟକ୍କର ହେବ । ବିଶ୍ୱମାନ୍ୟତା ଦୃଷ୍ଟିରୁ ଦେଖିଲେ ଅଷ୍ଟ୍ରେଲିଆ ଏକ ନମ୍ବରରେ ଥିବାବେଳେ ଆୟର୍ଲାଣ୍ଡ ୧୦ ତମ ସ୍ଥାନରେ ରହିଛି । ତେଣୁ କଙ୍ଗାରୁ ଦଳ ବିଜୟର ଦାବିଦାର ରହିବ । ସେପଟେ ଭଲ ପ୍ରସ୍ତୁତି କରି ଆସିଥିବାରୁ ଆୟର୍ଲାଣ୍ଡ ବି କିଛି ଚମକ୍ରାର କରିବା ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଓ ୨୦୧୪ରେ ବିଜେତା ରହିଆସିଛି । ସେହିଭଳି ବିଶ୍ୱକପ ପାଇଁ ଆସିଥିବା ଆୟର୍ଲାଣ୍ଡର ଭରସା ହେଉଛନ୍ତି ଡେଭିଡ ହାର୍ଟ । ସେପଟେ ଆଜି ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ସହ ପ୍ରଥମ ପଦାର୍ପଣକାରୀ ଚୀନର ମୁକାବିଲା ହେବ । ଏହି ମ୍ୟାଚ ରାତି ୭ଟାରେ ଖେଳାଯିବ । ଇଂଲଣ୍ଡ ସବୁଠୁ ଅଭିଜ୍ଞ ବ୍ୟାରି ମିଡଲଟନ ଉପରେ ଭରସା ରଖିଛି । ପ୍ରଥମ ପଦାର୍ପଣକାରୀ ଚୀନ ଏହି ବିଶ୍ୱକପରେ କିଛି ଅଭୁଲା ସ୍ମୃତି ଛାଡିଯିବ ବୋଲି ଆଶା ରଖିଛି ।