କନକ ବ୍ୟୁରୋ : ହକି ବିଶ୍ୱକପ୍ ପାଇଁ ବଢ଼ିଚାଲିଛି ଉତ୍କଣ୍ଠା । ଆଉ କିଛି ସମୟକୁ ଅପେକ୍ଷା । ସ୍ୱର୍ଣ୍ଣିମ ଇତିହାସ ରଚିବ ଓଡ଼ିଶା । ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ହକି ଓ ସିନେମା ପ୍ରେମୀଙ୍କ ପ୍ରବଳ ଭିଡ ଲାଗିଛି । କଳିଙ୍ଗ ଏଥଲେଟିକ୍ ଷ୍ଟାଡିୟମ୍ରେ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ୍, ଅଭିନେତା ଶାହରୁଖ ଖାନ୍ ଏବଂ ଅଭିନେତ୍ରୀ ମାଧୁରୀଙ୍କ ଦ୍ୱାରା ହେବାକୁ ଥିବା ପ୍ରସ୍ତୁତି ପାଇଁ ମଙ୍ଗଳବାର ଅପରାହ୍ନଠାରୁ ଦର୍ଶକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ପାଖାପାଖି ୪୦ ହଜାର ଦର୍ଶକ ଉଦ୍ଘାଟନୀ ସମାରୋହକୁ ଦେଖିବା ପାଇଁ ଏକତ୍ର ହୋଇଥିବା ଅନୁମାନ କରାଯାଉଛି।
ଉଦ୍ଘାଟନୀ ସମାରୋହରେ ପୂର୍ବରୁ ରାଜଧାନୀର ଜୟଦେବ ବିହାର ଛକ ଠାରୁ ଦି ଓ୍ଵାଲର୍ଡ ଛକ ଜନ ସମୁଦ୍ରରେ ପରିଣତ ହୋଇଛି । ରାଜଧାନୀର ହକି ଓ ସିନେମା ପ୍ରମାଣିତ କରିଛନ୍ତି, ହକି ଅପେକ୍ଷା ହକି ପାଇଁ ଆୟୋଜିତ ମହୋତ୍ସବ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭିଡକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇପଡ଼ିଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମାସ ମାସ ଧିର ପ୍ରସ୍ତୁତି ଚାଲିଥିବା ବେଳେ ପୁଲିସକୁ ଆଜି ପରୀକ୍ଷା ଦେବାକୁ ପଡ଼ିଛି ।